ବାଲିଗୁଡା/୧୯/୦୧/୨୦୨୫/(ଆଧାର ମିଡ଼ିଆ//ରିପୋର୍ଟ-ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ପଣସପୋଡି ସାହିକୁ ଯିବା ରାସ୍ତାକଡରେ ଦୀର୍ଘଦିନ ହେବ ଅଚଳହୋଇ ରହିଥିବା କ୍ରିଷ୍ଣାନାମକ ଘରୋଇ ମିନିବସଟି ଶନିବାର ରାତ୍ରରେ ହଠାତ ହୁତୁହୁତୁ ହୋଇ ଜଳିଗଲା ।ଯାହାକୁ ନେଇ ଲୋକେ ରୁଣ୍ଡହେବା ସହ ଅଗ୍ନିଶମ ବାହିନୀକୁ ଖବର ଦେବାପରେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହି ବସଟିରେ କିଏ ଜାଣିଶୁଣି ନିଆଁ ଲଗାଇ ଦେଇ ଥିବା ଅନୁମାନ କରାଯାଉଛି ବୋଲି ଅଗ୍ନିଶମ ଅଧିକାରୀ ସୁକାନ୍ତ ବାରିକ ପ୍ରକାଶ କରିଛନ୍ତି । ସୂଚନା ଯୋଗ୍ୟ ଯେ ବାଲିଗୁଡାର କ୍ରୀଷ୍ଣା ନାମକ ଏକ ଘରୋଇ ବସ ମାଲିକଙ୍କର ଆଉଏକ ବସ ମଧ୍ୟ ଡିସେମ୍ବର ୨୧ ତାରିଖରେ ଥାନା ନିକଟରେ ରହିଥିବା ବେଳେ ଦିନ ଦିପହରେ ହୁ ହୁ ହୋଇ ଜଳି ଗାଡିର ଭିତର ପାଖ ସମ୍ପୂର୍ଣ୍ଣ ଜଳି ଯାଇଥିଲା । ମିନି ଘରୋଇ ବସଟି (ଓଆର ୧୨ -୪୩୨୧)କୌଣସି ରୁଟ ପରମିଟ ନଥିବାରୁ ବସଟି ଦୀର୍ଘମାସ ହେବ ପରିତ୍ୟକ୍ତ ଅବସ୍ଥାରେ ଠିଆହୋଇ ରହିଥିଲା । ତେବେ ଠିଆ ହୋଇଥିବା ବସରେ କିଭଳି ନିଆଁ ଲାଗିଲା ସେନେଇ ଏଯାବତ୍ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ତେବେ ଗୋଟିଏ ମାସ ମଧ୍ୟରେ ଗୋଟିଏ ମାଲିକଙ୍କର ଦୁଇ ଦୁଇଟି ବସ ଜଳିଯିବା ଘଟଣା ସମସ୍ତଙ୍କୁ ଚକିତ କରିଛି ।
Recent Comments