ବାଲିଗୁଡା/୧୯/୦୧/୨୦୨୫/:(ଆଧାର ମିଡ଼ିଆ//ରିପୋର୍ଟ-ସଞ୍ଜୟ କୁମାର ପାଣିଗ୍ରାହୀ):ବାଲ୍ୟବିବାହ ରୋକିବାକୁ ଜ଼ିଲ୍ଲା ପ୍ରଶାସନର ଅଭିନଵ ପ୍ରୟାସ, ନୃତ୍ୟ ଗୀତ ପଥ ପ୍ରାନ୍ତ ନାଟକ ମାଧ୍ୟମ ଗାଁ ଗାଁରେ ଜନ ସଚେତନ l ନିଆରା ଢଙ୍ଗରେ କଳାକାରଙ୍କ ସାମାଜିକ ବାର୍ତ୍ତା l କନ୍ଧମାଳ ଜ଼ିଲ୍ଲାରେ ଦିନକୁ ଦିନ ବାଲ୍ୟବିବାହ ଭଳି ଘୃଣ୍ୟପ୍ରଥା ବୃଦ୍ଧି ପାଉଥିବାରୁ ଏହାକୁ ରୋକିବାକୁ ଜ଼ିଲ୍ଲା ପ୍ରଶାସନ ପଦକ୍ଷେପ ନେଉଛି l ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ସମ୍ୱନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରୀ ବାଲିଗୁଡା ଓ କ.ନୂଆଗାଁଙ୍କ ମିଳିତ ଉଦ୍ୟମରେ ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦର ବିଭିନ୍ନ ୱାର୍ଡ ଓ କ.ନୂଆଗାଁ ବ୍ଳକର ବିଭିନ୍ନ ଗ୍ରାମାଞ୍ଚଳରେ କନ୍ଧମାଳ କଳା ବିକାଶ କେନ୍ଦ୍ର ଓ ମାହେଶ୍ୱରୀ କଳାକାର ସଂଘର କଳାକାର ମାନଙ୍କ ଦ୍ୱାରା ବାଲ୍ୟ ବିବାହକୁ ରୋକିବାକୁ ସଂସ୍କାରଧର୍ମୀ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହେଉଛି l ମନୋରଞ୍ଜନ ମାଧ୍ୟମରେ ଜନ ସାଧାରଣଙ୍କୁ ସଠିକ ବାର୍ତ୍ତା ଦେବାକୁଯାଇ ଜନ୍ତୁପତି ଜମରାଜ ଓ ଚିତ୍ରଗୁପ୍ତ ଭୂମିକାରେ ଅବତୀର୍ଣ୍ଣ ହୋଇ ଲୋକଙ୍କୁ ସଚେତନ କରୁଛନ୍ତି l ଏହି କାର୍ଯ୍ୟକ୍ରମରେ ଅଙ୍ଗନବାଡି କର୍ମୀ, ଆଶାକର୍ମୀ, କିଶୋରୀ, ବାଳିକା ସମେତ ଗ୍ରାମବାସୀ ଉପସ୍ଥିତ ରହି ଏହି ସଂସ୍କାର ଧର୍ମୀ ପଥ ପ୍ରାନ୍ତ ନାଟକ କୁ ଶେଷ ପର୍ଯ୍ୟନ୍ତ ଦେଖି ବହୁତ ପସନ୍ଦ କରୁଛନ୍ତି l ଗ୍ରାମାଞ୍ଚଳରେ ବାଲ୍ୟ ବିବାହକୁ ରୋକିବା ପାଇଁ ସମୂହ ଶପଥପାଠ ମଧ୍ୟ ହେଉଛି l ଅନୁଷ୍ଠାନର ସମ୍ପାଦକ ଯୁବ ନାଟ୍ୟକାର ପ୍ରମୋଦ ଦଣ୍ଡସେନା ଏହି ପଥପ୍ରାନ୍ତ ନାଟକର ରଚନା ଓ ନିର୍ଦ୍ଦେଶନା ଦେଇଥିବା ବେଳେ ସଂଗୀତରେ ବରିଷ୍ଠ କଳାକାର ଅଶୋକ ଦଣ୍ଡସେନା ଓ କ୍ଷୀରୋଦ ଦଣ୍ଡସେନା ନୃତ୍ୟ ନିର୍ଦ୍ଦେଶନା ଭାର ବହନ କରିଥିଲେ,କଳାକାରଙ୍କ ନିଖୁଣ ଅଭିନୟରେ ଗ୍ରାମବାସୀ ବିମୋହିତ ହେଉଛନ୍ତି l
Recent Comments