logo
add image
ଶଗଡା ଶ୍ରୀ ଜଗନ୍ନାଥ ହାଇସ୍କୁଲ୍ ୨୦୦୫ ମାଟ୍ରିକ ବ୍ୟାଚର ବନ୍ଧୁମିଳନ ଅନୁଷ୍ଠିତ ।

ଶଗଡା ଶ୍ରୀ ଜଗନ୍ନାଥ ହାଇସ୍କୁଲ୍ ୨୦୦୫ ମାଟ୍ରିକ ବ୍ୟାଚର ବନ୍ଧୁମିଳନ ଅନୁଷ୍ଠିତ ।

କଣ୍ଟାମାଳ/ବୌଦ୍ଧ/୧୯/୦୧/୨୦୨୫/ (ଆଧାର ମିଡ଼ିଆ//ରିପୋର୍ଟ-ପ୍ରଭଞ୍ଜନ ପୁରୋହିତ)ଶଗଡା ସ୍ଥିତ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ର ୨୦୦୫ ବ୍ୟାଚ ମାଟ୍ରିକ ଛାତ୍ରଛାତ୍ରୀ ମାନଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବୋୖଦ୍ଧ ଜିଲ୍ଲାର ଅନ୍ୟତମ ଦର୍ଶନୀୟ ସ୍ଥାନ ତଥା ଐତିହାସିକ ମଠ ଡମ୍ବରୁଗଡ଼ ଠାରେ ଉକ୍ତ ବନ୍ଧୁ ମିଳନ ଉତ୍ସବ ଆୟୋଜିତ ହୋଇଥିଲା। ରତ୍ନାକର ପ୍ରଧାନ ଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୁରୁଣା ବନ୍ଧୁମାନେ ଏକାଠି ହୋଇ ଛାତ୍ର ଜୀବନର ସ୍ମୃତିକୁ ମନେ ପକାଇ ପରସ୍ପର ମଧ୍ୟରେ ଆଲୋଚନା କରିଥିଲେ। ବନ୍ଧୁତା ଚିରଦିନ ପାଇଁ ସୁଦୃଢ ରହିଲେ ଅନେକ କିଛି ସମସ୍ୟା ର ସମାଧାନ ହୋଇପାରିବ ବୋଲି ମତପ୍ରକାଶ ପାଇଥିଲା। ଏହା ଦ୍ଵିତୀୟ ତମ ବନ୍ଧୁ ମିଳନ କାର୍ଯ୍ୟକ୍ରମ ହୋଇଥିବା ବେଳେ ଏବର୍ଷ ନୂତନ ଭାବେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରାଯାଇଥିଲା। ପ୍ରହଲ୍ଲାଦ ମହାକୁଡ଼, ପୂର୍ଣ୍ଣଚନ୍ଦ୍ର ପୋଢ, ଉମାଶଙ୍କର ଛନ୍ଦ, ପ୍ରଭାକର ଖଟୁଆ, ଶୁଶାନ୍ତ ମନହିରା, ରତ୍ନାକର ପ୍ରଧାନ, ସୁଚିତ୍ର ମଲିକ, ମାନିନୀ ସାହୁ ପ୍ରମୁଖ ୫୦ ଜଣ ୨୦୦୫ ବ୍ୟାଚ ର ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଶେଷରେ ପ୍ରହଲ୍ଲାଦ ମହାକୁଡ଼ ଧନ୍ୟବାଦ୍ ଅର୍ପଣ କରିଥିଲେ।

 

Recent Comments

Leave Comments

Top