logo
add image
ସମଲ ଶିଶୁମନ୍ଦିରରେ ବିଂଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ,

ସମଲ ଶିଶୁମନ୍ଦିରରେ ବିଂଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ,

ମୁଖ୍ୟଅତିଥି ଭାବେ ଯୋଗଦେଲେ ଓଡିଶା ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।
କଣିହାଁ/ଅନୁଗୁଳ/ ୧୯ /୧/୨୦୨୫/ (ଆଧାର ମିଡ଼ିଆ) ଅନୁଗୋଳ ଜିଲା କଣିହାଁ ବ୍ଲକ ସମଲ ବ୍ୟାରେଜ ସରସ୍ବତୀ ଶିଶୁମନ୍ଦିରରେ ବିଦ୍ୟାଳୟର ବିଂଶତମ ବାର୍ଷିକ ଉତ୍ସବ ରବିବାର ସଂଧ୍ୟାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଭାବେ ଅତିଥି ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପରିଶ୍ରମ ଓ ଏକାଗ୍ରତା ସହିତ ଅଧ୍ୟୟନ କରିବାକୁ ଉଦବୋଧନ ଦେଇଥିଲେ। ଶିଶୁମନ୍ଦିରରେ ଶିକ୍ଷାବ୍ୟବସ୍ଥାକୁ ମନ୍ତ୍ରୀ ପ୍ରଶଂସା କରିବା ସହିତ ସମାଜ ଓ ରାଷ୍ଟ୍ର ନିର୍ମାଣରେ ଏହାର ଭୂମିକା ପ୍ରଶଂସନୀୟ  ବୋଲି ମନ୍ତ୍ରୀ ପ୍ରକାଶ  କରିଥିଲେ। ସମ୍ମାନିତ ଅତିଥି ଭାବେ ପାଳଲହଡା ବିଧାୟକ ଅଶୋକ କୁମାର ମହାନ୍ତି,ମୁଖ୍ୟ ବକ୍ତା ଭାବେ ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନର ପୂର୍ବକ୍ଷେତ୍ର ସହମନ୍ତ୍ରୀ ହେମନ୍ତ କୁମାର ପାଣିଗ୍ରାହୀ,ସମ୍ମାନିତ ଅତିଥି ଭାବେ ଟିଟିପିଏସ ଏନଟିପିସିର ମାନବ ସମ୍ବଳ  ମୁଖ୍ୟ ରୋହିତ କୁମାର, ଅତିରିକ୍ତ ମୂଖ୍ୟ ଯନ୍ତ୍ରୀ ରେଙ୍ଗାଳି ଇଂ ଭଗବାନ ଦାସ ଯୋଗଦେଇ ଛାତ୍ରୀଛାତ୍ର ଙ୍କ ଭବିଷ୍ୟତ ଗଠନରେ ଶିଶୁମନ୍ଦିରର ପ୍ରୟାସ କୁ ପ୍ରଶଂସା କରିଥିଲେ। ପରିଚାଳନା କମିଟିର ସଭାପତି ତୋଷମଣୀ ସାହୁ ସଭାରେ ଅଧ୍ୟକ୍ଷତା କରିଥିଲେ। ସମ୍ପାଦକ ବିଜୟ କୁମାର ପ୍ରଧାନ ସମ୍ପାଦକୀୟ ବିବରଣୀ ପଠନ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ବସନ୍ତ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ବିଦ୍ୟାଳୟର କୃତୀ ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା। ସଭାକାର୍ଯ୍ୟ ପରେ ଛାତ୍ରୀଛାତ୍ର ମାନେ ବିଭିନ୍ନ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।  କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟାରେ ଅଭିଭାବକ, ବୁଦ୍ଧିଜୀବୀ ଓ ଜନସାଧାରଣ ଯୋଗଦାନ କରିଥିଲେ। ବିଦ୍ୟାଳୟର ଗୁରଜୀ, ଗୁରୁମା, କର୍ମଚାରୀ,ସମସ୍ତ କମିଟି ସଦସ୍ୟ, ଶୁଭେଚ୍ଛୁ, ମାତୃଭାରତୀ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।

Recent Comments

Leave Comments

Top