logo
add image
ଧନୁଯାତ୍ରା ଦେଖିବାକୁଆସି ଯୁବତୀ ନିଖୋଜ ଘଟଣା -:

ଧନୁଯାତ୍ରା ଦେଖିବାକୁଆସି ଯୁବତୀ ନିଖୋଜ ଘଟଣା -:

ବରଗଡ/ଓଡିଶା/୨୦/୦୧/୨୦୨୫/ (ଆଧାର ମିଡ଼ିଆ )-୨୦୨୫ର ଧନୁଯାତ୍ରା ପ୍ରଶାସନ ଓ କମିଟି ତରଫରୁ ବଡ଼ ଧୁମ ଧାମରେ ସରିଯାଇଛି.କିନ୍ତୁ ଏକ ପରିତାପର ବିଷୟ ଏକ କଳଙ୍କିତଅଧ୍ୟାୟ ଯୋଡି ହୋଇଯାଇଛି.ଯାହାକି ୨୦୨୫ର ଧନୁଯାତ୍ରାର ଏହି ଅଧ୍ୟାୟଟି ଲିପିବଧ ହୋଇ ରହିଯିବ.ଧନୁଯାତ୍ରା ଦେଖିବାକୁ ଆସି ଜଣେ ଯୁବତୀ ନିଖୋଜ ହେବା ଧନୁଯାତ୍ରା ଇତିହାସର ଏଟା ପ୍ରଥମ ଘଟଣା.ବରଗଡ ଉପକଣ୍ଠ ବରଡୋଲ ଗ୍ରାମରୁ ଧନୁଯାତ୍ରା ଦେଖିବାକୁ ଆସିଥିଲା. ବରଗଡରୁ ଦୁର୍ବୁତ୍ତ ମାନେ ଉଠାଇନେଇ ବରଗଡରୁ ୮ କିଲୋମିଟର ଦୂର କୁର୍ଲ୍ଲା ଜଙ୍ଗଲଭିତରେ ବଳାତ୍କାର କରି ଫେରାର ହୋଇଯିବାପରେ ରକ୍ତ ଜୁଡ଼ୁବୁଡ଼ୁ ଓ ବେହୋଶ ଅବସ୍ଥାରେ ଦୁଇଦିନ ପରେ ଯୁବତୀକୁ ଉଧାର କରାଯାଇଥିଲା.ଚିନ୍ତା କରନ୍ତୁ କେମିତି ଅବସ୍ଥା ହୋଇଥିବ ସେଠାରେ.ବଞ୍ଚିବାପାଇଁ ଚିତ୍କାର କରୁଥିଲେବି ଝିଅଟିର ଆବାଜ କେହି ଶୁଣିପାରୁନଥିଲେ.ଦୁର୍ବୁତ୍ତ ମାନଙ୍କର ଦୟା ମାୟାବୋଲି କିଛିନାହିଁ.ଏବେ ଝିଅଟି ବୁର୍ଲ୍ଲା ଭିମସାରରେ ଚିକିଛାଧୀନ ଅଛି.ଏ ଭିତରେ ବରଗଡ ପୋଲିସ ୩ଜଣ ଆସମୀଙ୍କୁ ଧରି କୋର୍ଟ ଚାଲାଣ କରିଛି,ସେମାନେ ହେଲେ-;ବିଜେପୁର ଥାନା ପୁଟକା ଗ୍ରାମର ସର୍ଜନ ଡନସେନା (୩୬)ପ୍ରହଲ୍ଲାଦ ଦାସ (୩୩)ଯଗଦଳପୂର ଥାନା ଅଧିନସ୍ତ ଧୂମାଭଟା ଗ୍ରାମର ଜୟକୃଷ୍ଣ ଡ଼ନସନା (୪୦).ଝିଅର ବୟାନ ପରେ ଆଉ କେତେଜଣ ଏଥିରେ ସମ୍ପୃକ୍ତ ଅଛନ୍ତି ଜଣାପଡିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ ପାଇଛି,ଏଠାରେ ଏକ ପ୍ରଶ୍ନଉଠେ ଯେଉଁ ୩ଜଣଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି ସେମାନଙ୍କ ଠାରୁ ପୋଲିସ ବୟାନ ରେକର୍ଡ କରି ନ ଥୀଲାକି?ଯଦି ବୟାନ ରେକର୍ଡ କରିଛି ତାହେଲେ ଏଥିରେ ଆଉ କେତେଜଣ ସମ୍ପୃକ୍ତ ଅଛନ୍ତି ପୋଲିସ ଖୋଲାସା କରିବାକୁ ଜନସାଧାରଣ ଦାବି କରୁଛନ୍ତି.ଏହି ବଳାତ୍କାର ମାମଲାରେ ମୁଖ୍ୟ ଆସାମୀ କିଏ? ପୋଲିସ କହିବା ହିସାବରେ ମୁଖ୍ୟ ଆସାମୀ ଫେରାର ଅଛି.ଏହି ମାମଲାରେ ଆସନ୍ତା କାଲି ସଖାଳ ୬ ଘଣ୍ଟାରୁ ସନ୍ଧ୍ୟା ୬ଘଣ୍ଟା ପର୍ଯ୍ୟନ୍ତ ବରଗଡ ବନ୍ଦ ଡାକରା ଦିଆଯାଇଛି.      

Recent Comments

Leave Comments

Top