logo
add image
ଆଠମାସର ଗର୍ଭବତୀ ଖୁଡିଙ୍କୁ ସମ୍ପର୍କୀୟ ପୁତୁରାର ଦୁଷ୍କର୍ମ ଅଭିଯୋଗ

ଆଠମାସର ଗର୍ଭବତୀ ଖୁଡିଙ୍କୁ ସମ୍ପର୍କୀୟ ପୁତୁରାର ଦୁଷ୍କର୍ମ ଅଭିଯୋଗ

ବାଲିଗୁଡା/କନ୍ଧମାଳ/୨୦/୦୧/୨୦୨୫/:(ଆଧାର ମିଡ଼ିଆ//ସଞ୍ଜୟ କୁମାର ପାଣିଗ୍ରାହୀ):ଓଡିଶା ଧୀରେ ଧୀରେ ଉତ୍ତର ପ୍ରଦେଶ ସହିତ ସମାନ ହୋଇଯିବ.ଏହାର ମୁଖ୍ୟ କାରଣ ହେଉଛି ଓଡ଼ିଶାରେ ଧୀରେ ଧୀରେ ଅପରାଧ ବଢି ବଢି ଚାଲିଛି.ପୋଲିସ ପ୍ରଶାସନ ଧୀରେ ଧୀରେ ଅକାମି ହେଲାଭଳି ଜଣାପଡୁଛି.ଏଭଳି ଏକ ସଂଗୀନ ଅଭିଯୋଗ ସାମନାକୁ ଆସିଛି. ଆଠମାସର ଗର୍ଭବତୀ ଖୁଡିଙ୍କୁ ସମ୍ପର୍କୀୟ ଜଣେ ପୁତୁରା ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି l ଏପରିକି ଗର୍ଭବତୀ ଖୁଡି ଜଣକ ପୁତୁରାକୁ ପ୍ରତିବାଦ କରିବା ସମୟରେ ଅତି ନିର୍ମମ ଭାବେ ଖୁଡିଙ୍କୁ କାଠ ଫାଳିଆରେ ପିଟିବା ସହ ଗର୍ଭବତୀ ମହିଳାଙ୍କ ଶରୀରକୁ ଚୋବେଇ ଲାତ ଗୋଇଠା ପ୍ରହାର କରିଥିବା ମଧ୍ୟ ଅଭିଯୋଗ ହୋଇଛି l ଶେଷରେ ଅମାନୁଷିକ ପୁତୁରା ଘୋଷାରି ଘୋଷାରି ଗର୍ଭବତୀ ଖୁଡିଙ୍କୁ ନେଇ ଦୁଷ୍କର୍ମ କରିଥିବା ମଧ୍ୟ ଅଭିଯୋଗ ଆଣିଛନ୍ତି ତାଙ୍କ ସ୍ୱାମୀ l ସମ୍ପର୍କୀୟ ପୁତୁରା ଦ୍ୱାରା ଲହୁ ଲୁହାଣ ଖୁଡିଙ୍କୁ ତାଙ୍କ ସ୍ୱାମୀ ଗୁରୁତର ଅବସ୍ଥାରେ ବାଲିଗୁଡା ମେଡିକାଲରେ ଭର୍ତି କରାଇଥିଲେ l କିନ୍ତୁ ଗର୍ଭବତୀ ମହିଳାଙ୍କ ଅବସ୍ଥା ଅଧିକ ଗୁରୁତର ହୋଇଥିବା ନେଇ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି l ବାଲିଗୁଡା ଥାନା ବୁଡୁରୁକିଆ ପଞ୍ଚାୟତରୁ ଆସିଛି ଏପରି ଅଭାବନୀୟ ଘଟଣା l ସେହି ଗ୍ରାମର ସମ୍ପର୍କୀୟ ପୁତୁରା ଜଣକ ଘରେ କେହି ନଥିବାର ସୁଯୋଗନେଇ ଦୁଷ୍କର୍ମ କରିଥିବା ପୀଡିତାଙ୍କ ସ୍ୱାମୀ କହିଛନ୍ତି l ଏ ନେଇ କୌଣସି ଲିଖିତ ଅଭିଯୋଗ ବାଲିଗୁଡା ଥାନାରେ ହୋଇନଥିବା ଜଣାପଡିଛି l

Recent Comments

Leave Comments

Top