logo
add image
ସି.ଏମ୍ ଟ୍ରଫି ଜିଲ୍ଲାସ୍ତରୀୟ ଫୁଟବଲ ଚମ୍ପିୟାନସିପ୍ ୨୦୨୫ ପଂଚମ ଦିବସ

ସି.ଏମ୍ ଟ୍ରଫି ଜିଲ୍ଲାସ୍ତରୀୟ ଫୁଟବଲ ଚମ୍ପିୟାନସିପ୍ ୨୦୨୫ ପଂଚମ ଦିବସ

ବଲାଙ୍ଗିର/୨୦/୦୧/୨୦୨୫/ (ଆଧାର ମିଡ଼ିଆ )-ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ସିଏମ୍ ଟ୍ରଫି ଜିଲ୍ଲା ସ୍ତରୀୟ ଫୁଟବଲ ବାଳକ ବିଭାଗ ୧୫ ବର୍ଷରୁ କମ୍ ଚମ୍ପିୟାନସିପ୍ ୨୦୨୫ ପଂଚମ ଦିବସର ଖେଳ ଅନୁଷ୍ଠିତ ହୋଇଯାଇଛି । ‘ପ୍ରତିଭା ଅନେକ ଲକ୍ଷ୍ୟ ଏକ’ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝିଙ୍କ ଆହ୍ୱାନ କ୍ରମେ ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ,ବଲାଙ୍ଗିର ଜିଲ୍ଲା ପ୍ରଶାସନ, ଓଡିଶା ଫୁଟବଲ ଏସୋସିଏସନ ଓ ଜିଲ୍ଲା କ୍ରୀଡା ସଂସଦ ବଲାଙ୍ଗିର ଙ୍କ ଆୟୋଜନରେ ଫୁଟବଲ ଚମ୍ପିୟାନ ସିପ୍ ଅନୁଷ୍ଠିତ ହେଉଛି । ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂଦେଓ, ପୂର୍ବତନ ଖ୍ୟାତନାମା ଫୁଟବଲ ଖେଳାଳି କପିଳେଶ୍ୱର ପାଣିଗ୍ରାହୀ, ପୂର୍ବତନ ଉଭୟ ଫୁଟବଲ ଓ ଭଲିବଲ ଓଡିଶା ରାଜ୍ୟ ଖେଳାଳି ଅଜିତ କୁମାର ସାହୁ ଓ ପୂର୍ବତନ ଖେଳାଳି ଗରୁଡଧ୍ୱଜ ସାଏ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଫାଓ ଓଡିଶା ତଥା ଜିଲ୍ଲା କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର, ଉପ-ସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ସାଧାରଣ ସଂପାଦକ ହରିନାରାୟଣ ପୁଜାରୀ, ଯୁଗ୍ମ ସଂପାଦକ ଶତୃଘନ ସିଂ, ବରିଷ୍ଠ ସଦସ୍ୟ ସୁଧିର ଚନ୍ଦ୍ର ପଣ୍ଡା, ରମାକାନ୍ତ ସେଠ, ପ୍ରଭାତ କୁମାର ମିଶ୍ର, ଜୟରାମ ମିଶ୍ର, ଡା.ସିଦ୍ଧେଶ୍ୱର ମିଶ୍ର, କ୍ରିକେଟ ସଂପାଦକ ଓମ୍ ପ୍ରକାଶ ଚାନ୍ଦ, କ୍ରୀଡା ସଂପାଦକ ବିଭୁତି ଭୂଷଣ ପଣ୍ଡା, ଭଲିବଲ ସଂପାଦକ ସଂଗ୍ରାମ କେଶରୀ ବହିଦାର, ସଦସ୍ୟ ଭୁପେନ୍ଦ୍ର ପ୍ରସାଦ ସିଂ ପ୍ରମୁଖ ମଂଚାସିନ ଥିଲେ ।
କ୍ରୀଡା ସଂସଦର କୋଷାଧ୍ୟକ୍ଷ ହେମନ୍ତ କୁମାର ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଫୁଟବଲ ସଂପାଦକ ଶରତ କୁମାର ନନ୍ଦ ମ୍ୟାଚ କମିଶନର ଦାୟିତ୍ୱ ତୁଳାଇଥିଲେ । ପ୍ରଥମ ମ୍ୟାଚରେ ଟିଟିଲାଗଡ ଏଫ୍‌ସି ୪-୦ ଗୋଲରେ ସଦାଇପାଲି ଏଫ୍‌ସି କୁ ହରାଇ ଗ୍ରୁପ ଏ ପଏଣ୍ଟ ଟେବୁଲର ଶିର୍ଷରେ ଥାଇ  ପ୍ରଥମ ଦଳ ଭାବେ ଫାଇନାଲକୁ ପ୍ରବେଶ କରିଛି । ଦ୍ୱିତୀୟ ମ୍ୟାଚରେ ଖପ୍ରାଖୋଲ ଏଫ୍‌ସି ୮-୦ ଗୋଲରେ ଭାଲେର ଏଫ୍‌ସି କୁ ହରାଇଛିି । ଖେଳକୁ ଦୋଳଗୋବିନ୍ଦ ମୁଣ୍ଡା, ନରସିଂସ୍ୱାମୀ ନାଇଡୁ, ଡୋଳାମଣି ବଗର୍ତ୍ତି, ସରିତ ଅଦାବରିଆ, ସୁଦର୍ଶନ ସେଠ, ରାଜେନ୍ଦ୍ର ଧରୁଆ, ଯଶୋବନ୍ତ ମାଝି, ଭୁବନେ ଭୋଇ, ଦେବରାଜ ନାହାକ ଓ ଜ୍ୟୋତି ମହାନନ୍ଦ ରେଫରି ଭାବେ ଖେଳକୁ ପରିଚାଳନା କରିଥିଲେ । ୨୧ ତାରିଖ ପ୍ରଥମ ମ୍ୟାଚ ସାଉନ୍ତପୁର ଏଫ୍‌ସି ବନାମ ଜରାସିଂହା ଏଫ୍‌ସି ଓ ଦ୍ୱିତୀୟ ମ୍ୟାଚ ତୁରେକେଲା ଏଫ୍‌ସି ବନାମ ପାଟଣାଗଡ ଏଫ୍‌ସି ମଧ୍ୟରେ ଖେଳ ହେବ ବୋଲି ଆୟୋଜନ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

Recent Comments

Leave Comments

Top