ବଲାଙ୍ଗିର/୨୦/୦୧/୨୦୨୫/ (ଆଧାର ମିଡ଼ିଆ) ବହୁ ପ୍ରତିକ୍ଷିତ ବଲାଙ୍ଗିର ୨୨ତମ ଲୋକଉତ୍ସବ ସ୍ଥାନୀୟ କୋଶଳ କଲାମଣ୍ଡଲ ଠାରେ ଅନୁଷ୍ଠିତ ହୋଇଯାଇଛି।ଓଡ଼ିଆ ସଂସ୍କୃତି ବିଭାଗ ଏବଂ ଓର୍ମାସର ସହାୟତାରେ ଅନୁଷ୍ଠିତ ଦ୍ୱାବିଂଶତମ ଲୋକ ଉତ୍ସବ ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓଙ୍କ କରକମଳରେ ଉଦ୍ଘାଟିତ ହୋଇଯାଇଛି।ଏହି ଉଦଘାଟନୀ ଉତ୍ସବର ପ୍ରଥମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓ ବରେଣ୍ୟ ଅତିଥି ଭାବରେ ବଲାଙ୍ଗିର ସାଂସଦ ଶ୍ରୀମତୀ ସଂଗୀତା ସିଂଦେଓ,ସମ୍ମାନିତ ଅତିଥି ଭାବରେ ବଲାଙ୍ଗିର ଜିଲ୍ଲାପାଳ ଶିବାଜୀ ଗୌରବ ଇସଲୱାର୍ ଏବଂ ଆରକ୍ଷୀ ଅଧିକ୍ଷକ ଋଷିକେଶ ଖିଲାରି ଯୋଗଦାନ ଦେଇଥିବା ବେଳେ ଅଭ୍ୟର୍ଥନା କମିଟିର ସହ ଅଧ୍ୟକ୍ଷ ତଥା ସମ୍ମାନିତ ଅତିଥି ଶ୍ରୀଯୁକ୍ତ ଗୋପଲଜି ପାଣିଗ୍ରାହୀ ଯୋଗଦେଇ ଲୋକଉତ୍ସବ ଉପରେ ତାଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ।
ଏହି ଉପଲକ୍ଷେ ପ୍ରଥମ ଦିବସର କଳାକାର ଭାବେ ଚିତ୍ରଶିଳ୍ପୀ ବାସୁଦେବ ମେହେରଙ୍କୁ ସମ୍ମାନିତ କରିଥିବା ବେଳେ ଅତିଥି କଳାକାର ଶ୍ରୀଯୁକ୍ତ ଉଗ୍ରସେନ ଷଡ଼ଙ୍ଗୀ ମଞ୍ଚାସିନ ଥିଲେ।ଲୋକାଉତ୍ସବ ଉପଲକ୍ଷେ ଅତିଥି ମାନଙ୍କ ଦ୍ଵାରା ସ୍ମରଣିକା ଉନ୍ମୋଚନ ହୋଇଥିଲା।ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଞ୍ଜନ ମିଶ୍ର ପ୍ରାରମ୍ଭିକ ଭାଷଣ ଦେଇଥିବା ବେଳେ ସ୍ମରଣିକା କମିଟିର ସହ ଅଧ୍ୟକ୍ଷ ସନ୍ଦୀପ କୁଅଁର ଅତିଥି ପରିଚୟ ପ୍ରଦାନ ସହ ମଞ୍ଚ ପରିଚାଳନା କରିଥିଲେ।ସାଂସଦ ସଂଗୀତା ସିଂଦେଓ ତାଙ୍କ ବକ୍ତବ୍ୟରେ ଲୋକ ଉତ୍ସବ କେବଳ ମନୋରଞ୍ଜନ ଧର୍ମି ନହୋଇ ଲୁକ୍କାୟିତ କଳା ଓ ପ୍ରତିଭା ର ବିକାଶ ହେଉବୋଲି କହିଥିଲେ।ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ତାଙ୍କ ବକ୍ତବ୍ୟରେ କଳା ସଂସ୍କୃତିର ବିକାଶପାଇଁ ସଭିଏଁ ଏକତ୍ରିତ ହେବାପାଇଁ କହିଥିଲେ।ଶେଷରେ ଅଭ୍ୟର୍ଥନା କମିଟିର ସହ ଅଧ୍ୟକ୍ଷ ଗୋପାଲଜି ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ।ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଜିଲ୍ଲା, ରାଜ୍ୟ ତଥା ରାଜ୍ୟ ବାହାର ରୁ ଆସିଥିବା ବିଭିନ୍ନ ସାଂସ୍କୃତିକ ଦଳ ଦ୍ବାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
Recent Comments