ପିପିଲି/୨୦/୧/୨୦୨୫/( ଆଧାର ମିଡ଼ିଆ )ବଳଙ୍ଗା ଥାନା ଅନ୍ତର୍ଗତ ଉଛୁପୁରୁ ପଞ୍ଚାୟତ ଅଧୀନ ସେରଗଡ ବସ୍ତିରେ ଆଜି ସନ୍ଧ୍ୟାରେ ନଜର୍ ଇମାମ କନଫରେନ୍ସ ୧୩ ତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ କାର୍ଯ୍ୟକ୍ରମରେ ପୁର୍ବତନ ସରପଞ୍ଚ ଅଶୋକ ଦାଶ ସଭାପତିତ୍ବରେ ମୁଖ୍ୟ ଅତିଥି ରୂପେ ଓଡ଼ିଶା ବିଜେଡିର ଜୁବଜନତା ଦଳର ଉପସଭାପତି ଓ ପ୍ରବକ୍ତା ସୋଫିଆ ଆଲାମ ,ମୁଖ୍ୟ ବକ୍ତାଭାବେ ସୁବ୍ରତ ଛାଟୋଇ, ସମାଜସେବୀ ଗଙ୍ଗାଧର ଜେନା, ପୁରୀ ଜିଲ୍ଲା ବିଜେଡ଼ିର ଉପସଭାପତି ସତ୍ୟବାଦୀ ମହାପାତ୍ର,ଜିକାସ ପ୍ରଧାନ ପ୍ରମୁଖ ଅତିଥି ରୂପେ ଯୋଗଦେଇଥିଲେ। ଶେଷରେ ମହମ୍ମଦଙ୍କ ଉପରେ ପ୍ରବଚନ ଧର୍ମୀକ ବାର୍ତ୍ତା ଦିଆଯାଇଥିଲା। ଧନେଶ୍ଵର ପରିଡ଼ା,ତପୁ ନନ୍ଦ ଗ୍ରାମର ସମସ୍ତ ଲୋକମାନେ ଏହି କାର୍ଯ୍ୟକ୍ରମକୁ ବହୂତ ଆଡ଼ମ୍ବରରେ ପାଳନ କରିଥିଲେ।
Recent Comments