logo
add image
ଡେରଙ୍ଗ ରାଜ୍ୟସ୍ତରୀୟ ତ୍ରିରଙ୍ଗା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଭୁବନେଶ୍ୱର କମାଣ୍ଡୋ ଇଲେଭେନ ଚମ୍ପିୟାନ

ଡେରଙ୍ଗ ରାଜ୍ୟସ୍ତରୀୟ ତ୍ରିରଙ୍ଗା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଭୁବନେଶ୍ୱର କମାଣ୍ଡୋ ଇଲେଭେନ ଚମ୍ପିୟାନ

କଣିହାଁ/୨୦/୧/୨୦୨୫/ (ଆଧାର ମିଡ଼ିଆ)-ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ଡେରଙ୍ଗ ଗ୍ରାମ ତ୍ରିରଙ୍ଗା କ୍ରିକେଟ କ୍ଲବ ଆନୁକୁଲ୍ୟରେ ୨୭ ତମ ବାର୍ଷିକ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଯାପିତ ହୋଇଯାଇଛି l ଉଦଯାପନୀ ମ୍ୟାଚ ଭୁବନେଶ୍ବର କମାଣ୍ଡୋ ଇଲେଭେନ ଓ ୱେଷ୍ଟ ବେଙ୍ଗଲ ସୁହାନି  ଇଲେଭେନ ମଧ୍ୟରେ  ଅନୁଷ୍ଠିତ ହୋଇଥିଲା l  ନିର୍ଦ୍ଧାରିତ ୩ସେଟ ଖେଳ ମଧ୍ୟରୁ ଲଗାତାର ୨ସେଟ ଖେଳରେ କମାଣ୍ଡୋ  ଇଲେଭେନ ବିଜୟ ଲାଭ କରି ଚମ୍ପିୟାନ ହୋଇଥିବା ବେଳେ ସୁହାନି ଇଲେଭେନ ରନର୍ସଅପ ହୋଇଥଲା l ମ୍ୟାନ ଅଫ ଦି ସିରିଜ ଭାବରେ ସୁହାନୀ ଟିମର ରାକେଶ ଜେନା ଓ ମ୍ୟାନ ଅଫ ଦି ମ୍ୟାଚ ଭାବରେ କମାଣ୍ଡୋ ଟିମର ଦିପୁକୁ ମନୋନୀତ କରଯାଇଥିଲା l ଉଦଯାପନୀ ମ୍ୟାଚରେ ମୂଖ୍ୟଅତିଥି ଭାବରେ ପାଳଲହଡ଼ା ବିଧାୟକ ଆଶୋକ ମହାନ୍ତି, ସ୍ଵତନ୍ତ୍ର ଅତିଥି ଭାବରେ,ଆଭିନେତା ଶ୍ରୀତମ ଦାସ, ସମ୍ମାନୀତ ଅତିଥି ଭାବରେ ଜେଆଇପିଏଲ ଭିପି ସୁରେଶ ବଂଶଲ, ଡିଜିଏମ ବଳଭଦ୍ର ଜେନା, ଯୁବନେତା ଶ୍ୟାମସୁନ୍ଦର ସାହୁ,ପ୍ରସନ୍ନ ନାଏକ,ବିଛନ୍ଦ ସାହୁ, ସୁମନ୍ତ ମହାନ୍ତି,ସୁମନ୍ତ ପ୍ରଧାନ, ପ୍ରହଲ୍ଲାଦ ସାମଲ,ଗୋଲେଖ ସାହୁ, ଯୋଗେଶ୍ୱର ସାହୁ,ଟିକନ ମହାନ୍ତି,ସୁରେଶ ସାହୁ ,ପୁରୁଷୋତ୍ତମ ସାହୁ, କାନ୍ଦର୍ପ ବେହେରା ,ଦିଲ୍ଲୀପ ପ୍ରଧାନ, ବସନ୍ତ ନାଏକ, କରୁଣା ସେଠି, ସନ୍ତୋଷ ପ୍ରଧାନ, ଲିପୁ ପ୍ରଧାନ,ଦୁଷ୍ମନ୍ତ  ବେହେରା, ନିରୋଜ୍ ସାହୁ, ଯୋଗେଶ୍ୱର ସାହୁ,ଶୁଶାନ୍ତ ସାହୁ, ଝୁନା ସାହୁ,  ନିରୋଦ ସାହୁ, ଅକ୍ଷୟ ନାଏକ, ରାଜୁ ସାହୁ, ଅଜୁ ସାହୁ, ମଞ୍ଜିତ ସାହୁ, ଶ୍ୟାମଘନ ପ୍ରଧାନ,
ଭଜମନ ସାହୁ,ସୁଜିତ ସାହୁ, ସୁବାସ ବେହେରା, ବିପିନି ସାହୁ,ସୁନିଲ ସାହୁ  ପ୍ରମୁଖ ଯୋଗଦେଇ ଚମ୍ପିୟାନ କମାଣ୍ଡୋ ଟିମକୁ ଟ୍ରଫିସହ ୫୦ହଜାର ୧ଟଙ୍କା, ରନର୍ସଅପ ସୁହାନି ଟିମକୁ ଟ୍ରଫିସହ ୩୦ହଜାର ୧ଟଙ୍କା ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା  l ଖେଳ ପରିଚାଳନା କଥିଲେ ବାବୁ ସାହୁ ଏବଂ ସରୋଜ ଦାସ ୩ ଦିନଧରି ଚାଲିଥିବା ଉକ୍ତ ଟୁର୍ନାମେଣ୍ଟରେ ରାଜ୍ୟର ୮ଟି  ଟିମ ଅଂଶ ଗ୍ରହଣ କରିଥିଲେ l ଉକ୍ତ ମ୍ୟାଚ ତ୍ରିରଙ୍ଗା କ୍ରିକେଟ କ୍ଳବର ସଭାପତି ପବିତ୍ର ମୋହନ ସାହୁ, ସଂପାଦକ ଅନିଲ ସାହୁଙ୍କ ତତ୍ବାବଧାନରେ ଚାଲିଥିଲା  l ମ୍ୟାଚ ଦେଖିବାକୁ କଣିହାଁ ବ୍ଲକ ଅଞ୍ଚଳରୁ  ୫ ହଜାରରୁ ଉର୍ଦ୍ଧ ଦର୍ଶକଙ୍କ ଭିଡ ଜମିଥିଲା l

Recent Comments

Leave Comments

Top