ରେଙ୍ଗାଲି/ସମ୍ବଲପୁର/୨୦/୦୧/୨୦୨୫/(ଆଧାର ମିଡ଼ିଆ/ରିପୋର୍ଟ-ସୁନିଲ କୁମାର ନାଥ)-ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକରେ ଆଜି ସାମୁହିକ ଜନଶୁଣାଣୀ ଅନୁଷ୍ଠିତ ହେଇଯାଇଛି l ରେଙ୍ଗାଲି ଅଂଚଳର ବିଭିନ୍ନ ସମସ୍ୟାକୁ ନେଇ ଅଭିଯୋଗ ଶୁଣାଣି ହୋଇଛି l ଆଜି ସମ୍ବଲପୁର ଜିଲ୍ଲାପାଳ ଏସପି ରେଙ୍ଗାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ରେଙ୍ଗାଲି ତହସିଲଦାର ସମେତ ଅନେକ ଅଧିକାରୀଙ୍କ ମିଳିତ ଆନୁକୂଲ୍ୟରେ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଜନଶୁଣାଣି ହୋଇଥିଲା l ଲୋକଙ୍କ ସମସ୍ୟାର ସମାଧାନ କରିବା ପାଇଁ ସମ୍ବଲପୁର ଜିଲ୍ଲାପାଳ ପ୍ରତିଶୃତି ମଧ୍ୟ ଦେଇଛନ୍ତି l ସବୁଠୁ ବଡ଼କଥା ହେଲା ପୂର୍ବରୁ ରହି ଯାଇଥିବା ଅନେକ ସମସ୍ୟାର ସମାଧାନ ଖୁବଶୀଘ୍ର ହେବ ବୋଲି ଜିଲ୍ଲପାଳ କହିଛନ୍ତି l ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତା, ନାଳ ଏବଂ ଅନ୍ୟାନ୍ୟ ମୌଳିକ ସମସ୍ୟା ର ଅଭିଯୋଗ ଶୁଣାଣି ହୋଇଥିଲା l ବିଶେଷକରି ଚାଷୀମାନଙ୍କ ସମସ୍ୟା ଉପରେ ମଧ୍ୟ ଜନସାଧାରଣ ଅଭିଯୋଗ କରିଛନ୍ତି l ଚାଷୀଙ୍କୁ ଠିକସେ ପାଣି ନମିଳିବାରୁ ଆଜି ଚାଷୀମାନେ ମଧ୍ୟ ଅଭିଯୋଗ ପାଇଁ ଆସିଥିଲେ l ରେଙ୍ଗାଲି ଅଂଚଳର ଅନେକ ସମସ୍ୟାକୁ ନେଇ ଅଂଚଳବାସି ମାନେ ବାରମ୍ବାର ପ୍ରଶାସନକୁ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଲୋକମାନେ ଅଭିଯୋଗ କରିଥିଲେ I କିନ୍ତୁ ସବୁ ସମସ୍ୟାର ସମାଧାନ କରାଯିବ ବୋଲି କହିଥିଲେ l
Recent Comments