ଜମନକିରା/ସମ୍ବଲପୁର/୨୦।୧/୨୦୨୫/(ଆଧାର ମିଡ଼ିଆ): ନିଜଘରୁ ବାହାରି ବିଲ କାମକୁ ଯାଉଥିବା ବେଳେ ବୁଲାଷଣ୍ଢ ଆକ୍ରମଣରେ ଚକୁଳିଆ ଵାହାଲ ପଂଚାୟତ କୁଲୁଣ୍ଡା ଗାଁର ବାୟୋବୃଦ୍ଧ ରାଇସିଂ ନାଏକ (୬୦) ଙ୍କ ମୃତ୍ୟୁ ଘଟିଛି। ଆଜି ସକାଳେ ରାଇସିଂଙ୍କୁ ଗାଁମୁଣ୍ଡ ଆମ୍ବ ତୋଟାଠାରେ ଏକ ବୁଲାଷଣ୍ଢ ହଠାତ୍ ପ୍ରାଣାନ୍ତକ୍ ଆକ୍ରମଣ କରିଥିଲା। ଘଟଣା ସ୍ଥଳରେ ହିଁ ବୃଦ୍ଧଙ୍କ ଜୀବନ ଚାଲିଯାଇଥିଲା ବୋଲି ପୁଲିସ୍ କହିଛି। ମୃତକଙ୍କ ପୁଅ ବାସୁଦେବ ଥାନାରେ ରିପୋର୍ଟ କରିଥିଲା। ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ କରୁଛି।
Recent Comments