ଜମନକିରା/ସମ୍ବଲପୁର/୨୦।୧/୨୦୨୫/(ଆଧାର ମିଡ଼ିଆ): ଜମନକିରା ଥାନା ବଡ଼ମାଲ ପଂଚାୟତ ଜାମୁମାଲ ଗାଁର ଏକ ନାବାଳିକା ଓ କୁଚିଣ୍ଡା ଥାନା ଶିଙ୍କଲପୋଷି ଗାଁର କ୍ଷୀରୋଦ ଖର୍ସେଲଙ୍କ ପୁଅ ଚିକୁନ୍ ମଧ୍ୟରେ ଗଭୀର ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ମାମୁଁଘର ଭାଲୁଡ଼ିହି ଗାଁରେ ରହୁଥିବା କ୍ଷୀରୋଦ ଓ ଜାମୁମାଲ୍ ଗାଁର ନାବାଳିକାଙ୍କୁ ଵିଵାହ ପ୍ରତିଶ୍ରୁତି ଦେଇ ତା ସହିତ ଶାରିରୀକ ସଂପର୍କ ରଖିଥିଲେ। ବହୁଦିନ ଏଭଳି ବିତିଯିବା ପରେ ଯୁବକ ପୀଡ଼ିତା ନାବାଳିକାକୁ ବିଭିନ୍ନ ବାହାନା ଦେଖାଇ ଏଡାଇ ଯିବାକୁ ଚାହୁଁଥିଲେ। ଭାଲୁଡିହି ମାମୁଁଘରୁ ଯୁବକ ପଳାଇ ଯିବାସହ ସମସ୍ତ ସଂପର୍କ ଛିନ୍ନ କରିଥିଲେ। ଜମନକିରା ଥାନାରେ ଗତ ୬ ତାରିଖରେ ତାଙ୍କ ନାବାଳିକା ଝିଅ ୩ ମାସର ଗର୍ଭବତୀ ଥିବାନେଇ ପୀଡ଼ିତାର ବାପା ଏତଲା ଦେଇଥିଲେ। ଅଭିଯୋଗ ପାଇ ଜମନକିରା ଥାନା କେସ ନଂ ୦୩/୨୦୨୫ , ବିଏନଏସଏସ ଦଫା ୧୮୩ ଅନୁଯାୟୀ ପୀଡ଼ିତାର ମେଡିକାଲ ଯାଞ୍ଚସହ ବୟାନ ରେକର୍ଡପରେ ପୁଲିସ୍ ଘଟଣା ଉପରେ ତଦନ୍ତ କରିଥିଲା। ପୁଲିସ୍ ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ପରେ ପଳାତକ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଥିଲେ। ଆଜି ଅଭିଯୁକ୍ତ କ୍ଷିରୋଦର ମେଡ଼ିକାଲ ଯାଞ୍ଚପରେ କୋର୍ଟ ଚାଲାଣ କରାଯାଇଥିଲା।
Recent Comments