logo
add image
ବଳାତ୍କାର ମାମଲାରେ ବରଗଡ ବନ୍ଦ-:

ବଳାତ୍କାର ମାମଲାରେ ବରଗଡ ବନ୍ଦ-:

ବରଗଡ/୨୧/୦୧/୨୦୨୫/ ୨୦୨୫ ଧନୁଯାତ୍ରା ସରିଯାଇଥିଲେବି ସେହି ୯ଦିନ ଭିତରେ ଘଟିଥିବା ଘଟଣା ବରଗଡ ଇତିହାସରେ ଲିପିବଧ ହୋଇ ରହିଯାଇଛି.ଵର ଡୋଲ ଗ୍ରାମରୁ ଧନୁଯାତ୍ରା ଦେଖିବାକୁ ଆସି ଆଉ ଘରକୁ ଫେରିନଥିଲା.ବାପା ମା ଭାଇ ସାଇପଡିସା ଖୋଜି ଖୋଜି ନୟାନ୍ତ ହୋଇଯାଇଥିଲେ କିନ୍ତୁ ମିଳି ନଥିଲା ଝିଅ.ଶେଷରେ ବାଧ୍ୟହୋଇ ଥାନାରେ ହୋଇଥିଲା ଏତଲା.ଏତଲାକୁ ଭିତିକରି ବରଗଡ ପୋଲିସ ଏବଂ ଝିଅଘର ଲୋକେ ଖୋଜା ଖୋଜି କଲାପରେ ବରଗଡ  ଟାଉନରୁ ୮ କିଲୋମିଟର ଦୂର ବରାଗୋଡ଼ା ଜଙ୍ଗଲରୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଝିଅକୁ ଉଧାରକରି ବୁର୍ଲ୍ଲାକୁ ଟିଟମେଣ୍ଟ କରିବାକୁ ପଠାଇଥିଲେ.୪ ଜଣ ରକ୍ତ ପିପାସୁ ଜଣଙ୍କ ପରେ ଜଣେ ପାଶବିକ ଅତ୍ୟାଚାର କରି ଜଙ୍ଗଲରେ ଫୋପାଡ଼ିଦେଇ ପଳାଇଗଲେ.ଭାବିଥିଲେ ଝିଅଟି ମରିଯିବ.କିନ୍ତୁ ଝିଅଟି ବଞ୍ଚିଯିବାରୁ ଆସାମୀ ମାନେ ଧାରା ପଡିଯାଇଛନ୍ତି. ସେତେବେଳେ ଝିଅଟି ବେହୋସ ଅବସ୍ଥାରେ ଥିଲା.ଆଜକୁ ୯ଦିନ ବିତି ଯାଇଥିଲେବି ଏ ପର୍ଯ୍ୟନ୍ତ ଝିଅର ହୋସ ଆସିପାରି ନାହିଁ .ବରଗଡ ପୋଲିସ ୩ଜଣଙ୍କୁ ଧରି କୋର୍ଟ ଚାଲାଣ କରିଛି.କିନ୍ତୁ ଏକ ପରିତାପର ବିଷୟ ଏହିକିଯେ ଏ ପର୍ଯ୍ୟନ୍ତ ମୁଖ୍ୟ ଖଳନାୟକକୁ ପୋଲିସ ଧରିବାରେ ଅକ୍ଷମ ହୋଇଥିବାରୁ ଏହାକୁ ବିରୋଧ କରି ଆଜି ବରଗଡ ବନ୍ଦ ଡାକରା ଦିଆଯାଇଥିଲା.ଶାନ୍ତି ଶୃଙ୍ଖଳାର ସହିତ ବରଗଡ ବନ୍ଦ ସଫଳ ହୋଇଥିବାର ଜାଣିବାକୁ ମିଳିଛି.ମୁଖ୍ୟ ଆସାମୀ ଫେରାର ଥିବାରୁ ତାକୁ ଧରିବାରେ ପୋଲିସ ଅକ୍ଷମ ପ୍ରକାଶ କରୁଛି.ବରଗଡ ବନ୍ଦ ଡ଼ାକରାରେ ପ୍ରାୟ ସମସ୍ଥ ସଙ୍ଘ ବ୍ୟବସାୟୀ,ସୋସିଆଲ ଗୃପ ଭାଗ ନେଇଥିବାର ଦେଖିବାକୁ ମିଳିଛି.ଉକ୍ତ ଆସମୀଙ୍କୁ ଇଂକାଉଣ୍ଟର କରିବାକୁ ବୁଦ୍ଧିଜୀବୀ ମାନେ ପ୍ରକାଶ କରିଛନ୍ତି.

Recent Comments

Leave Comments

Top