ନୟାଗଡ଼/୨୨/୦୧/୨୦୨୫/ (ଆଧାର ମିଡ଼ିଆ)-ନୟାଗଡ ଜିଲ୍ଲା ଖଣ୍ଡପଡା ଶିକ୍ଷାଧିନ ଖଳିସାହି ଲିଙ୍ଗରାଜ ଉଚ୍ଚ ବିଦ୍ୟାଳୟ ପରିସରରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଟିତ ହୋଇଯାଇଛି।ଏହି ଉତ୍ସବରେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନଶିକ୍ଷକ ରଶ୍ମିରଞ୍ଜନ ସେଠୀଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ସାତ ଗାଁ ବିଦ୍ୟାଧର ହାଇସ୍କୁଲ ବେଣାଗାଡିଆ ପ୍ରଧାନ ଶିକ୍ଷକ ହରିହର ଗୋଛି ମୁଖ୍ୟବକ୍ତା ପ୍ରଧାନ ଶିକ୍ଷକ ଶାନ୍ତିପ୍ରିୟା ହାଇସ୍କୁଲ ମର୍ଦ୍ଦରାଜପୁର ଅଯୋଧ୍ୟା ନାଥ ନାୟକ ,ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଈଶ୍ୱରଚନ୍ଦ୍ର ମହାପାତ୍ର , ବନମାଳୀ ପୁର ହାଇସ୍କୁଲ ପ୍ରଧାନ ଶିକ୍ଷକ ନକୁଳ ଖୁଣ୍ଟିଆ , ଶ୍ରୀ ନୀଳକଣ୍ଠେଶ୍ଵର ଦେବ ବାଳିକା ହାଇସ୍କୁଲ ପ୍ରଧାନଶିକ୍ଷକ ଯୋଗୀନାଥ ମହାରଣା ପ୍ରମୁଖ ମଞ୍ଚାସିନ ହୋଇ ପ୍ରତିଯୋଗୀତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ମାନଙ୍କୁ ଔପଢୋକନ ସହ ମାନପତ୍ର ପ୍ରଦାନ କରିଥିଲେ ।
ବିଦ୍ୟାଳୟର କ୍ରୀଡ଼ା ମଧ୍ୟରେ ୧୦୦ମିଟର , ୨୦୦ ମିଟର ଓ ୪୦୦ମିଟର ଦୌଡ ପ୍ରତିଯୋଗୀତା ,ହାଇ ଜମ୍ପ୍ ,ଲଙ୍ଗ ଜମ୍ପ ,ସଟ ପୁଟ,ଡିସକସ ଭଳି ଖେଳରେ ଶତାଧିକ ଛାତ୍ର ଭାଗନେଇ ପ୍ରତିଯୋଗିତା କରାଯାଇଥିଲା । ପ୍ରତିଯୋଗୀତାରେ ୪ଟି ଏଭେଣ୍ଟରେ ପ୍ରଥମସ୍ଥାନ ଅଧିକାରକରି ୧୦ମ ଶ୍ରେଣୀ ଛାତ୍ର ବବୁଲ ନାୟକ ଚମ୍ପିୟାନ ହୋଇଥିଲେ । ସେହିପରି ସୌମ୍ୟଜିତ ମହାପାତ୍ର ,ରାଜେଶ୍ ବିଶ୍ଵାଳଙ୍କ ସମେତ ୧୫ଜଣରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଔପଢୋକ ସହିତ ମାନପତ୍ର ପାଇ ସମ୍ବର୍ଦ୍ଧିତ ହୋଇଥିଲେ ।ଏହି କାର୍ଯ୍ୟକ୍ରମକୁ କ୍ରୀଡା ଶିକ୍ଷକ ସମୀର କୁମାର ଖୁଣ୍ଟିଆ ,ବିଜୟ କୁମାର ମହାପାତ୍ର ,ମଳୟ କହଁର ,ବୀରେନ ବେହେରା ,ସନ୍ତୋଷ କୁମାର ବେହେରା ,ଧନେଶ୍ଵର ବେହେରା ,ବିଶ୍ଵନାଥ ମୁଦୁଲି ,ବାବୁଲି ଦଳେଇ ,ପ୍ରମୁଖ ଖେଳ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଶ୍ରୀନିବାସ କୁମାର ମହାନ୍ତି ,ଅଶୋକ କୁମାର ସାହୁ ,ଶିକ୍ଷୟତ୍ରୀ ସାଗରିକା ମିଶ୍ର , ତୃପ୍ତିମୟୀ ପଣ୍ଡା , ସୁନୀତା ମଞ୍ଜରୀ ସାହୁ ପ୍ରମୁଖ ସହଯୋଗ କରିଥିଲେ ।ଶେଷର ଶିକ୍ଷକ ପ୍ରଭାକର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
Recent Comments