logo
add image
ପାଇକମାଳ ହାଇସ୍କୁଲରେ ମିଶନ୍-୧୦୦

ପାଇକମାଳ ହାଇସ୍କୁଲରେ ମିଶନ୍-୧୦୦

ପାଇକମାଳ /ବରଗଡ/ ୨୩ /୦୧ /୨୫/(ଆଧାର ମିଡ଼ିଆ )ସରକାରୀ ଉଚ୍ଚ ବିଦ୍ୟାଳୟ ପାଇକମାଳରେ ମିଶନ ୧୦୦ ୨ୟ  ପର୍ଯ୍ୟାୟ( ବି ଇ ଓ) ଚୁଡ଼ାମଣି ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି  l ରାଜବୋରାସମ୍ବର ବି ଇ ଓ ଏହାକୁ ଉଦଘାଟନ କରିଥିଲେ l ପ୍ରଥମେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ରସାଏଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା l ରଜତ ସାହୁ ଉଭୟ ମହାପୁରୁଷଙ୍କ ବିଷୟରେ ଆଲୋଚନା କରିଥିଲେ  l ମୁଖ୍ୟ ଅତିଥି ସମୟର ସଦୁପଯୋଗ ସହ କଠିନ ପରିଶ୍ରମ କରି  ସମସ୍ତ ବିଷୟରେ ୧୦୦ ନମ୍ବର ରଖିବା ପାଇଁ ବିଭିନ୍ନ ସୂତ୍ର ବିଷୟରେ ଆଲୋଚନା କରିଥିଲେ l ଏହି ଶିବିରରେ ପାଇକମାଳ ବ୍ଲକର ୯୦ ଜଣ ଛାତ୍ରଛାତ୍ରୀଙ୍କୁ ୧୭ ଜଣ ସାଧନ କର୍ମୀ ପ୍ରଶିକ୍ଷଣ  ଦେଇଥିଲେ  l ଏ  ବି ଇ ଓ ଧଲେନ୍ଦ୍ର ବାରିକ ଓ ରାଧେଶ୍ୟାମ ମେହେର ମଞ୍ଚାସୀନ ଥିଲେ l ବବିତା ବେହେରା,ସୁଦାମ ପାଣ୍ଡେ, ଲଳିତ କୁମାର ବିଶ୍ବାଳ,ଆନନ୍ଦିନୀ ସେଠ୍, ଅମିତ ସାହୁ,ଜଗବନ୍ଧୁ ସ୍ଵର୍ଣ୍ଣଲତା ସ୍ଵାଧୀନ,ନିରୁପମା ସାହୁ,ମନୋଜ କୁମାର ସାହୁ ସହଯୋଗ କରିଥିଲେ l ତ୍ରିଲୋଚନ ନାୟକ ମଞ୍ଚ ପରିଚାଳନା  ଓ ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ I

Recent Comments

Leave Comments

Top