କଣିହାଁ/ଅନୁଗୁଳ/୨୪।୧/୨୦୨୫/ (ଆଧାର ମିଡ଼ିଆ )-ବିସ୍ଥାପନ କର ନଚେତ ଏନଟିପିସି ପାଉଁଶ ବନ୍ଧ ବନ୍ଦକର ଦାବିରେ ଡେରଙ୍ଗ ଗ୍ରାମବାସୀ ଗ୍ରାମର ବାର ଘରିଆ ତଇଲା ପାଖରେ ଧାରଣାରେ ବସି ଏନଟିପିସିର ଷ୍ଟେଜ -୨ ପାଉଁଶ ବନ୍ଧ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି l ଏହି ପରିପ୍ରେକ୍ଷୀରେ ଶୁକ୍ରବାର ସକାଳେ ଗ୍ରାମ ସଭାପତି ପ୍ରସନ୍ନ ନାୟକ , ସଂପାଦକ ସୁଜିତ ସାହୁ ଓ କୋଷାଧ୍ୟକ୍ଷ ଦିପକ ବେହେରାଙ୍କ ନେତୃତ୍ବରେ ଗ୍ରାମର ହଜାର ହଜାର ପୁରୁଷ ମହିଳା ଏକ ଶୋଭଯାତ୍ରାରେ ଗ୍ରାମରୁ ଆସି ଧାରଣା ସ୍ଥଳରେ ପହଞ୍ଚିଥିଲେ l
I ଗ୍ରାମବାସୀଙ୍କ ଠାରୁ ପ୍ରକାଶ ଯେ ଗ୍ରାମର ସମସ୍ୟା ସମ୍ପର୍କରେ ୧୩/୭/୨୦୧୮ ରିଖ ଦିନ ଅନୁଷ୍ଠିତ ହୋଇଥିବା ଆରପିଡିଏସି ବୈଠକରେ ୨୦୨୨ ମସିହା ସୁଧା ଷ୍ଟେଜ -୨ ପାଉଁଶ ପୋଖରୀର ସମୟ ସିମା ପୂରିଯାଉ ଥିବାରୁ ପୂଖରୀକୁ ସପୂର୍ଣ ବନ୍ଦ କରାଜିବ ବୋଲି ନିଷ୍ପତି ହୋଇଥିବା ଆରପିଡିଏସିର ଏକ ଚିଠି ଗ୍ରାମ ବାସୀଙ୍କୁ ମିଳିଥିବା ଗ୍ରାମବାସୀଙ୍କ ପକ୍ଷରୁ ପ୍ରକାଶ, ନଚେତ ଗ୍ରାମବାସୀଙ୍କୁ ବିସ୍ଥାପିତ କରାଯିବା ପାଇଁ ନିଷ୍ପତି ହୋଇଥିଲା I କିନ୍ତୁ ୨୦୨୫ ମସିହା ହୋଇଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ପାଉଁଶ ପୋଖରୀ ବନ୍ଦ କରାଯାଇ ନାହିଁ l ଯଦ୍ୱାରା ଗ୍ରାମବାସୀ ଏନଟିପିସି ପାଉଁଶ ରେ ଅତିଷ୍ଠ ହେଉଛନ୍ତି l ଏଥିନେଇ ଗ୍ରାମବାସୀ ପକ୍ଷରୁ ଗତ ୩/୧/୨୦୨୫ ରିଖଦିନ ପ୍ରଶାସନକୁ ଲିଖିତ ଜଣାଯାଇଥିଲା l ପରେ ଏନଟିପିସି ପକ୍ଷରୁ ଗତ ୯/୧/୨୦୨୫ ରିଖ ଦିନ ଏକ ଗ୍ରାମବାସୀଙ୍କୁ ନେଇ ଏକ ଆଲୋଚନା ହୋଇଥିଲା l ଆଲୋଚନାରେ କୌଣସି ସୁଫଳ ନମିଳିବାରୁ ଅନ୍ୟ ଏକ ବୈଠକ କରି ସମାଧାନ କରାଯିବ ବୋଲି ନିଷ୍ପତ୍ତି ହୋଇଥଲା l ଯାହା କରାଗଲା ନାହିଁ l ମାତ୍ର ଏନଟିପିସି କର୍ତ୍ତୃପକ୍ଷ ସମସ୍ୟା ର କୌଣସି ସମାଧାନ କରୁନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି l ଏନଟିପିସିର ପଦାଧିକାରୀ ମାନେ ଓ କଣିହାଁ ପୁଲିସି ଧାରଣା ସ୍ଥଳକୁ ଆସି, ଗ୍ରାମ ବାସୀଙ୍କୁ ବୁଝା ସୁଜା କରିଥିଲେ ମଧ୍ୟ କୌଣସି ସମାଧାନ ହୋଇନଥିବା ବେଳେ ,ଆନ୍ଦୋଳନ ଚାଲୁ ରହିଥିବା ଜଣା ପଡିଛି l
Recent Comments