logo
add image
୧୨ତମ ସର୍ବଭାରତୀୟ ଗୋଲ୍ଡେନ ଷ୍ଟାର କ୍ରିକେଟ କପ : ସେମିରେ ପଦ୍ମପୁର

୧୨ତମ ସର୍ବଭାରତୀୟ ଗୋଲ୍ଡେନ ଷ୍ଟାର କ୍ରିକେଟ କପ : ସେମିରେ ପଦ୍ମପୁର

ପଦ୍ମପୁର/୨୪/୧ /୨୦୨୫/ (ଆଧାର ମିଡ଼ିଆ// ଡିଲେଶ୍ୱର ବାଗ): ପଦ୍ମପୁର ନିକଟସ୍ଥ ଖଇରପାଲି ହାଇସ୍କୁଲ ପଡ଼ିଆଠାରେ ଜେ.ଏସ୍.ସି.ସି ଦ୍ଵାରା ଆୟୋଜିତ ୧୨ତମ ସର୍ବଭାରତୀୟ ଗୋଲ୍ଡେନ ଷ୍ଟାର କ୍ରିକେଟ କପର ତୃତୀୟ ଦିନ ଖେଳରେ ୪ଟି ଦଳ ଭାଗ ନେଇଥିଲେ। କ୍ବାଟର ଫାଇନାଲ ମ୍ୟାଚରେ ରାଉରକେଲାକୁ ହରାଇ ପଦ୍ମପୁର ସେମିଫାଇନାଲରେ ପ୍ରବେଶ କରିଛି। ତୃତୀୟ ମ୍ୟାଚର ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସମିତି ସଭ୍ୟ ସାବିତ୍ରୀ ଚାନ୍ଦ ଓ ସମ୍ମାନିତ ଅତିଥି ଭାବରେ ୱାର୍ଡ ମେମ୍ବର ଦଲ ମେହେର ଯୋଗଦେଇ ମେନ୍ ଅଫ ଦି ମ୍ୟାଚ ଭାବରେ ପଦ୍ମପୁର ଦଳର ଜଗତରାମ ଭୋଇଙ୍କୁ ପୁରସ୍କୃତ ପ୍ରଦାନ କରିଥିଲେ।  ଜାନୁୟାରୀ ୨୬ ତାରିଖ ଦିନ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ତୃତୀୟ ଦିନର ମ୍ୟାଚକୁ ଅମ୍ପାୟାର ଦିଲିପ, ଉମେଶ ଏବଂ ହନୁ ଅଗ୍ରୱାଲ ପରିଚାଳନା କରିଥିବା ବେଳେ ସ୍କୋରର ସୁନୀଲ, ଓ ବୁଦ୍ଧଦେବ ମହାରଣା, ମିଟୁ, ଆନନ୍ଦ ଧାରାବିବରଣୀ ପ୍ରଦାନ କରିଥିଲେ । ସାନୁ, ଚନ୍ଦନ, ଗୋକୁଳ, ଉମେଶ, ଆକାଶ, ସୁଜିତ, ବିକାଶ, ଅର୍ଜୁନ, ସନ୍ତୋଷ, ଦୟା, ରୋହନ, ସୁଶୀଲ, କ୍ୟାମେରା ମେନ ପପୁ, ଦେବା, ପ୍ରଦୀପ, ଯତୀନ, ଜଗନ୍ନାଥ, ଓ ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ।

Recent Comments

Leave Comments

Top