logo
add image
ଗାଇସିଲାଟ ବ୍ଳକସ୍ତରୀୟ ଏକଦିବସୀୟ ସ୍କାଉଟ ଓ ଗାଇଡ଼ କ୍ୟାମ୍ପୋରୀ ଅନୁଷ୍ଠିତ

ଗାଇସିଲାଟ ବ୍ଳକସ୍ତରୀୟ ଏକଦିବସୀୟ ସ୍କାଉଟ ଓ ଗାଇଡ଼ କ୍ୟାମ୍ପୋରୀ ଅନୁଷ୍ଠିତ

ପଦ୍ମପୁର/୨୪/୧/୨୦୨୫/ (ଆଧାର ଓଡିଶା//ଡିଲେଶ୍ୱର ବାଗ): ଆଜି ବୁରୋମୁଣ୍ଡାସ୍ଥିତ ସରକାରୀ ରାଜକୁମାର ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଗାଇସିଲାଟ ବ୍ଳକସ୍ତରୀୟ ଏକଦିବସୀୟ ସ୍କାଉଟ ଓ ଗାଇଡ଼ କ୍ୟାମ୍ପୋରୀ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ଡକ୍ଟର ପ୍ରେମାନନ୍ଦ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଅତିଥି ଭାବରେ ଗାଇସିଲେଟ ପଞ୍ଚାୟତ ସମିତି ମହାବିଦ୍ୟାଳୟର ପି.ଇ.ଟି. ତଥା ବ୍ଳକ କ୍ରୀଡା ସଂସଦ ସଭାପତି ଶ୍ରୀଯୁକ୍ତ ହେମନ୍ତ ପଣ୍ଡା ଓ ଗିରିଧାରୀ ମହାବିଦ୍ୟାଳୟ, ଶରଧାପାଲିର  ପି.ଇ.ଟି. ଶ୍ରୀଯୁକ୍ତ ପବିତ୍ର ଭୋଇ ଯୋଗଦେଇଥିଲେ । ବ୍ଳକ କ୍ରୀଡାସଂସଦ ସମ୍ପାଦକ ଶ୍ରୀଯୁକ୍ତ କଂଗ୍ରେସ ପଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ଵଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବେହେରା ପତାକା ଉତ୍ତୋଳନ କରିଥିଲେ ।
ସ୍କାଉଟ ମାଷ୍ଟର ମନୋଜ କୁମାର ପାଢୀ, ଉଦ୍ଧବ ଡନସନା, ଶଶାଙ୍କ ଦେବତା, ଅଜୟ ପଧାନ, ଆଦିତ୍ୟ କୁମାର ରାଉତ, କିରଣ ପଧାନ, ଗୁଣନିଧି ପାଣିଗ୍ରାହୀ, ରାଧେଶ୍ୟାମ ପଧାନ, ଉଦୟ ସାହୁ ଏବଂ ଗାଇଡ଼ କ୍ୟାପଟେନ କଲ୍ୟାଣୀ କଲେତ ସମସ୍ତ ପ୍ରତିଯୋଗିତା ସୁଚାରୁରୂପେ ତୁଲାଇଥିଲେ ।  ଗାଇସିଲାଟ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ୮୦ଜଣ ସ୍କାଉଟ ଓ ଗାଇଡ଼ ଯୋଗଦେଇଥିଲେ । ବିଦ୍ୟାଳୟର ସହକାରୀ ଶିକ୍ଷକ ପଞ୍ଚାନନ ମାଝୀ, ଅର୍ଜୁନ ତାଣ୍ଡି, ମୋହନ ପଧାନ, ସୁବଳ ଠାକୁର, ରାମ କୁମାର ପଟେଲ, ତିଲୋତ୍ତମ ବିଶି, ପ୍ରଫୁଲ୍ଲ କୁମାର ସାଗର, ରଜତ କୁମାର ଚୌହାନ, ଶିକ୍ଷୟିତ୍ରୀ ନିବେଦିତା ପାଣିଗ୍ରାହୀ, ମୋନାଲିସା ଠାକୁର, ମାମି ପଧାନ, ସ୍ଵପ୍ନାରାଣୀ ଭୋଇ,ସସ୍ମିତା ସାହୁ ଓ କନିଷ୍ଠ ସହାୟକ ବୈଲୋଚନ ସେଠଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା । ଶେଷରେ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ ମନୋଜ କୁମାର ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ ।

 

Recent Comments

Leave Comments

Top