logo
add image
୧୨ତମ ସର୍ବଭାରତୀୟ ଗୋଲ୍ଡେନ ଷ୍ଟାର କ୍ରିକେଟ କପ : ସେମିରେ ତାଳଚେର

୧୨ତମ ସର୍ବଭାରତୀୟ ଗୋଲ୍ଡେନ ଷ୍ଟାର କ୍ରିକେଟ କପ : ସେମିରେ ତାଳଚେର

ପଦ୍ମପୁର/ବରଗଡ/ ୨୫/୧.୨୦୨୫/ (ଆଧାର ମିଡ଼ିଆ// ଡିଲେଶ୍ୱର ବାଗ): ପଦ୍ମପୁର ନିକଟସ୍ଥ ଖଇରପାଲି ହାଇସ୍କୁଲ ପଡ଼ିଆଠାରେ ଜେ.ଏସ୍.ସି.ସି ଦ୍ଵାରା ଆୟୋଜିତ ୧୨ତମ ସର୍ବଭାରତୀୟ ଗୋଲ୍ଡେନ ଷ୍ଟାର କ୍ରିକେଟ କପର ଚତୁର୍ଥଦିନ ଖେଳରେ ୪ଟି ଦଳ ଭାଗ ନେଇଥିଲେ। କ୍ବାଟର ଫାଇନାଲ ମ୍ୟାଚରେ ଭୁବନେଶ୍ୱରକୁ ହରାଇ ତାଳଚେର ସେମିଫାଇନାଲରେ ପ୍ରବେଶ କରିଛି। ଚତୁର୍ଥ ମ୍ୟାଚର ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ଅଗ୍ନିଶମ ବିଭାଗ ଅଧିକାରୀ ଶ୍ରୀ ବେଦବ୍ୟାସ ପିଙ୍ଗ ଓ ସମ୍ମାନିତ ଅତିଥି ଭାବରେ ଆଇନଜୀବୀ ଶ୍ରୀ ବିକାଶ ପଟେଲ ଯୋଗଦେଇ ମେନ୍ ଅଫ ଦି ମ୍ୟାଚ ଭାବରେ ତାଳଚେର ଦଳର ହିମାଂଶୁ ଶେଖର ଧଳଙ୍କୁ ପୁରସ୍କୃତ ପ୍ରଦାନ କରିଥିଲେ।  ଜାନୁୟାରୀ ୨୬ ତାରିଖ ଦିନ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ଚତୁର୍ଥ ଦିନର ମ୍ୟାଚକୁ ଅମ୍ପାୟାର ଦିଲିପ, ସନମ, ଝସକେତନ, ସୁଜିତ, ଏବଂ ହନୁ ଅଗ୍ରୱାଲ ପରିଚାଳନା କରିଥିବା ବେଳେ ସ୍କୋରର ସୁନୀଲ, ଓ ବୁଦ୍ଧଦେବ ମହାରଣା, ମିଟୁ, ଆନନ୍ଦ, ସୁନୀଲ ଧାରାବିବରଣୀ ପ୍ରଦାନ କରିଥିଲେ । ସାନୁ, ଚନ୍ଦନ, ଗୋକୁଳ, ଉମେଶ, ଆକାଶ, ସୁଜିତ, ବିକାଶ, ଅର୍ଜୁନ, ସନ୍ତୋଷ, ଦୟା, ରୋହନ, ସୁଶୀଲ, କ୍ୟାମେରା ମେନ ପପୁ, ଦେବା, ପ୍ରଦୀପ, ଯତୀନ, ଜଗନ୍ନାଥ, ଉମେଶ ପୁଷ୍ପାଳୟ ଓ ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ।

Recent Comments

Leave Comments

Top