logo
add image
ପୂର୍ବତନ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ବିଦାୟକାଳୀନ ସମ୍ଵର୍ଦ୍ଧନା

ପୂର୍ବତନ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ବିଦାୟକାଳୀନ ସମ୍ଵର୍ଦ୍ଧନା

ବଲାଙ୍ଗୀର/୨୫/୦୧/୨୦୨୫/ (ଆଧାର ମିଡ଼ିଆ) ସ୍ଥାନୀୟ ପୃଥ୍ବୀରାଜ ଉଚ୍ଚ ବିଦ୍ୟାଳୟର ସଭାଗୃହଠାରେ ଜିଲ୍ଲାର ୧୪ଗୋଟି ବ୍ଲକ ଓ ପୌରାଞ୍ଚଳର ସମସ୍ତ ପ୍ରଧାନଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଦ୍ବାରା ପୂର୍ବତନ ଜିଲ୍ଲା ଶିକ୍ଷାଧିକାରୀ ଧୃବଚରଣ ବେହେରାଙ୍କୁ ବିଦାୟକାଳୀନ ସମ୍ଵର୍ଦ୍ଧନା ପ୍ରଦାନ କରାଯାଇଥିଲା। ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ କେଶବ ଚରଣ ମେହେର,ପ୍ରଧାନଶିକ୍ଷକ ସନ୍ତୋଷିନୀ ସେଠୀ,ରମାଇ ହାଇସ୍କୁଲର ପ୍ରଧାନଶିକ୍ଷକ ଶ୍ଯାମସୁନ୍ଦର ବିଶ୍ବାଳ,ଟିଟିଲାଗଡ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁବାଷଚନ୍ଦ୍ର ଦାଶ ମଞ୍ଚାସୀନ ଥିଲେ। ପ୍ରଧାନଶିକ୍ଷକ ମାନଙ୍କ ଦ୍ବାରା ଶ୍ରୀବେହେରାଂକୁ ପୁଷ୍ପଗୁଚ୍ଛ,ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା
ସଭାରେ ଶ୍ରୀବେହେରା କରୋନା ଭଳିଆ କଠିନ ପରିସ୍ଥିତିରେ ସମସ୍ତ ପ୍ରଧାନଶିକ୍ଷକ,ପ୍ରଧାନଶିକ୍ଷୟତ୍ରୀ ,ସହକାରୀ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ସହଯୋଗରେ ଛାତ୍ରଛାତ୍ରୀମାନଙ୍କ ପାଠପଢା ଅବ୍ୟାହତ ରହିବା କଥାକୁ ସ୍ମରଣ କରିଥିଲେ। ପରୀକ୍ଷା ପେ ଚର୍ଚ୍ଚା ପୋର୍ଟାଲରେ ଜିଲ୍ଲାର ଛାତ୍ରଛାତ୍ରୀ ଅଭିଭାବକ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ପଞ୍ଜୀକରଣ ରାଜ୍ୟରେ ପ୍ରଥମ ସ୍ଥାନରେ ଥିବା ଖବର ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଜିଲ୍ଲାର ପ୍ରତ୍ୟେକ ବ୍ଲକ ଓ ପୌରାଞ୍ଚଳରୁ ଜଣେ ଲେଖାଏଁ ପ୍ରଧାନଶିକ୍ଷକ ମାନଙ୍କ ପ୍ରତିନିଧି ଭାବେ ସନ୍ତୋଷିନୀ ସେଠୀ,ଦିଲିପ ଯୋଶୀ,ହେମନ୍ତ ବାରିକ,ସରୋଜ ନାୟକ, ବାଳକୃଷ୍ଣ ମହାନନ୍ଦ,ବରୁଣ ସାହୁ,ଲୋକନାଥ ମହେର,ରାଧାକାନ୍ତ ସୁଆର,ସୁନିଲ ପାତ୍ର, ଶ୍ଯାମସୁନ୍ଦର କୁଅଁର,ନିମାଇଁ ଚରଣ ମିଶ୍ର, ବିଭୂତି ଭୂଷଣ ବେହେରା ପ୍ରମୁଖ ଶ୍ରୀବେହେରାଙ୍କ କାର୍ଯ୍ଯକାଳ ସମୟରେ ହୋଇଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ଯ ସଂପର୍କରେ କହିଥିଲେ। କାର୍ଯ୍ଯକ୍ରମର ସଂଯୋଜନା ରାମଗୋପାଳ ଖମାରୀ ଶର୍ମା କରିଥିବା ବେଳେ ଉଦ୍ଦେଶ୍ଯଜ୍ଞାପନ ନୀଳମଣି ପଟେଲ ଓ ଧନ୍ୟବାଦ ଅର୍ପଣ କରିଥିଲେ ଚିତ୍ତରଞ୍ଜନ ପଣ୍ଡା । କାର୍ଯ୍ଯକ୍ରମରେ ପ୍ରଧାନଶିକ୍ଷକ ସୁନୀଲ ବେହେରା,ଅଗ୍ନି ନାଏକ,ସୁନୀଲ ପାତ୍ର, ଆନନ୍ଦ ବଡପଣ୍ଡା ସହଯୋଗ କରିଥିଲେ।

Recent Comments

Leave Comments

Top