logo
add image
ଭାରତୀୟ ବିଦ୍ୟା ନିକେତନର ବାର୍ଷିକ ଉତ୍ସବ

ଭାରତୀୟ ବିଦ୍ୟା ନିକେତନର ବାର୍ଷିକ ଉତ୍ସବ

କଣିହାଁ/ଅନୁଗୁଳ/ ୨୬/୧/୨୦୧୫/(ଆଧାର ମିଡ଼ିଆ)  ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକର ବିଜିଗୋଳ ଠାରେ ଭାରତୀୟ ବିଦ୍ୟା ନିକେତନ ଦ୍ବାରା ପରିଚାଳିତ ଶିକ୍ଷାନୁଷ୍ଠାନର ବାର୍ଷିକ ଉତ୍ସବ ଗୁରୁବାର ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ କଣିହାଁ ବ୍ଲକ ଶିକ୍ଷାଧିକାରୀ ନରୋତ୍ତମ ପ୍ରଧାନ, ସମ୍ମାନିତ ଅତିଥି ଭାବେ କଣିହାଁ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ମଙ୍ଗଳୁ ଚରଣ ପ୍ରଧାନ, ମୁଖ୍ୟ ବକ୍ତା ଭାବେ ପବିତ୍ର ମୋହନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା କବି ସିଦ୍ଧିପ୍ରସାଦ ସାହୁ,ସମ୍ମାନିତ ଅତିଥି ଭାବେ ଉପଦେଷ୍ଟା ତଥା ଶିକ୍ଷାବିତ ବିଶ୍ଵନାଥ ମିଶ୍ର, ଜରଡ଼ା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ତଥା କବି ଶ୍ରୀକାନ୍ତ ମିଶ୍ର, ଭାରତୀୟ ବିଦ୍ୟା ନିକେତନର ସଭାପତି ପ୍ରତାପ କୁମାର ସିଂହ ଯୋଗଦେଇ ଥିଲେ।ସଭା କାର୍ଯ୍ୟ ଆରମ୍ଭରେ ଅତିଥି ମାନେ ପ୍ରଦ୍ଵୀପ ପ୍ରଜ୍ବଳନ କରିବା ସହ ମହାନ୍ ସ୍ଵାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଫଟୋରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ। ଛାତ୍ରଛାତ୍ରୀଙ୍କ ଦ୍ବାରା ସ୍ବାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା।ଭାରତୀୟ ବିଦ୍ୟା ନିକେତନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଦତ୍ତ କୁମାର ସିଂହ ବାର୍ଷିକ ବିବରଣୀ ପାଠ କରିଥିଲେ। ଅତିଥି ମାନେ ପ୍ରକାଶ କରିଥିଲେ ଯେ ଛାତ୍ରଛାତ୍ରୀ ମାନେ ପଢାସହ ଜଣେ ଭଲମଣିଷ ହେବା ଆବଶ୍ୟକ। ମୁଖ୍ୟ ବକ୍ତା ଶ୍ରୀ ସାହୁ ନିଜର ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ ଛାତ୍ରଛାତ୍ରୀ ମାନେ ନିଜର ସୃଜନ ଶକ୍ତିକୁ ଜାଗ୍ରତ କରିବା ଆବଶ୍ୟକ । ଏଥିପାଇଁ ପିତା ମାତା ଓ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଅଭିଭାବକ ପିଲାମାନଙ୍କର ପ୍ରଥମ ବନ୍ଧୁ ହେବା ଉଚିତ। ବିଦ୍ୟାଳୟ ଦ୍ବାରା ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇ ଥିଲା। ପରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଭାରତୀୟ ବିଦ୍ୟା ନିକେତନ ଦ୍ବାରା  ବିଜିଗୋଳ ସ୍ଥିତ ଭାରତୀୟ ବିଦ୍ୟା ନିକେତନ ଆବାସିକ ଉଚ୍ଚ ବିଦ୍ୟାଳୟ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଇଂରାଜୀ ବିଦ୍ୟାଳୟ ଓ ଚାଙ୍ଗୁଡ଼ିଆ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିଚାଳିତ। ଭାରତୀୟ ବିଦ୍ୟା ନିକେତନର ଶିକ୍ଷୟତ୍ରୀ ବର୍ଷାରାଣୀ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଦ୍ୟା ନିକେତନର ଗୁରୁଜୀ ଦୀପକ ବାରିକ ମଞ୍ଚ ପରିଚାଳନା କରିଥିଲେ। ଶେଷରେ ବିଦ୍ୟାଳୟର ଗୁରୁଜୀ ଅନୁକୂଳ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।  ଭାରତୀୟ ବିଦ୍ୟା ନିକେତନ ଦ୍ବାରା ପରିଚାଳିତ ତିନିଗୋଟି ଶିକ୍ଷାନୁଷ୍ଠାନର ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Recent Comments

Leave Comments

Top