logo
add image
ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ,ବଲାଂଗୀର ଜିଲ୍ଲା ଶାଖାର ବିଶେଷ ସଭା ଅନୁଷ୍ଠିତ

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ,ବଲାଂଗୀର ଜିଲ୍ଲା ଶାଖାର ବିଶେଷ ସଭା ଅନୁଷ୍ଠିତ

ବଲାଙ୍ଗିର/୨୬/୦୧/୨୦୨୫/ (ଆଧାର ମିଡ଼ିଆ)-ବଲାଂଗୀର ଜିଲ୍ଲା ସଂଘର ସଭାନେତ୍ରୀ ଶାନ୍ତିଲତା ସାହୁଙ୍କ ଆବାହନ କ୍ରମେ ସ୍ଥାନୀୟ ପୂର୍ବତଟ ରେଲୱେ ଶ୍ରମିକ ୟୁନିୟନ ଠାରେ ଏକ ବିଶେଷ ସଭା ଅନୁଷ୍ଠିତ ହୋଇଯାଇଛି।ଏହି ସଭାରେ ପୂର୍ବତନ ସ୍କୁଲ ଉପନିରୀକ୍ଷକ ଶ୍ୟାମସୁନ୍ଦର ଦାସ,ବିଇଡି ସଂଘର ଜିଲ୍ଲା ସଭାପତି ମଧୁସୁଦନ ନାୟକ ଓ ପୂର୍ବତନ ଜିଲ୍ଲା ଉପସଭାପତି ଧ୍ରୁବରାଜ ଚୋପାଦର ପ୍ରମୁଖ ମଞ୍ଚାସିନ ଥିଲେ।ଏହି ସଭାରେ ଜିଲ୍ଲାର ସମସ୍ତ ବ୍ଲକର ଶିକ୍ଷକ ପ୍ରତିନିଧିଙ୍କ ଉପସ୍ଥିତିରେ ନିମ୍ନୋକ୍ତ ବିଷୟ ଗୁଡ଼ିକ ଆଲୋଚନା ହୋଇଥିଲା।
ପ୍ରଥମେ ନୂତନ ଡିଇଓଙ୍କୁ ସ୍ୱାଗତ କରାଯିବା,ଜିଲ୍ଲାର ଶିକ୍ଷା ବ୍ୟବସ୍ଥା ଉପରେ ସମ୍ୟକ୍ ଧାରଣା ଉପସ୍ଥାପନା କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା।ପରେ ବକେୟା ପ୍ରାପ୍ୟ,ପ୍ରମୋସନ ଓ ଦୀର୍ଘ ଦିନ ଧରି ଗୋଟିଏ ଷ୍ଟେସନ ରେ କାର୍ଯ୍ୟରତ ଥିବା ଅଧିକାରୀ,କିରାଣୀ ଓ ସି ଆର୍ ସି ସିଙ୍କର ବଦଳି ପାଇଁ ଦାବି ଭଳି ବିଷୟ ଉପରେ ଆଲୋଚନା ହୋଇଥିଲା।
ବରିଷ୍ଠ ଶିକ୍ଷକ ପ୍ରତିନିଧି ଅନୁପମା ପ୍ରହରାଜ,ବିପିନ ବୁଡେକ,ବସନ୍ତ ବୁଡେକ,ରାଜ୍ୟଉପସଭାପତି ପ୍ରଶାନ୍ତ ପୁରୋହିତ, ଦୁର୍ୟୋଧନ ପଶାୟତ,ଭୀମସେନ ଦଣ୍ଡସେନା ପ୍ରମୁଖ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିବା ସହ ଶିକ୍ଷକ ମାନଙ୍କ ସମସ୍ୟା ଉପରେ ଆଲୋକପାତ କରିଥିଲେ।ଶ୍ରୀ ଶ୍ୟାମ ସୁନ୍ଦର୍ ଦାସ ତାଙ୍କ ବକ୍ତବ୍ୟରେ ଶିକ୍ଷକ ମାନଙ୍କ ସମସ୍ୟା ର ସମାଧାନ ଦିଗରେ ମତାମତ ଦେଇଥିଲେ।ଶିକ୍ଷକ ମାନଙ୍କ ପାଖକୁ ଯାଇ ତାଙ୍କର ସମସ୍ୟା ବୁଝି ତୁରନ୍ତ ସମାଧାନ କରିବାକୁ ଉପଦେଶ ମଧ୍ୟ ଦେଇଥିଲେ।ଶେଷରେ ନିଶାମୁକ୍ତ ସୁସ୍ଥ ସମାଜ ଗଠନ ପାଇଁ ଆହ୍ୱାନ ଦେବା ସହ ନିଶା ନିବାରଣ ପାଇଁ ଉଚିତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଆଲୋଚନା ମଧ୍ୟ ହୋଇଥିଲା।

Recent Comments

Leave Comments

Top