logo
add image
୧୨ତମ ସର୍ବଭାରତୀୟ ଗୋଲ୍ଡେନ ଷ୍ଟାର କ୍ରିକେଟ କପ ଉଦଯାପିତ :କେନ୍ଦ୍ରାପଡା ଚମ୍ପିଅନ

୧୨ତମ ସର୍ବଭାରତୀୟ ଗୋଲ୍ଡେନ ଷ୍ଟାର କ୍ରିକେଟ କପ ଉଦଯାପିତ :କେନ୍ଦ୍ରାପଡା ଚମ୍ପିଅନ

ପଦ୍ମପୁର/ବରଗଡ/୨୬/୧/୨୦୨୫/ (ଆଧାର ମିଡ଼ିଆ// ଡିଲେଶ୍ୱର ବାଗ): ପଦ୍ମପୁର ନିକଟସ୍ଥ ଖଇରପାଳି ହାଇସ୍କୁଲ ପଡିଆଠାରେ ଚାଲିଥିବା ୧୨ତମ ସର୍ବଭାରତୀୟ ଗୋଲ୍ଡେନ ଷ୍ଟାର କ୍ରିକେଟ କପ ଉଦଯାପିତ ହୋଇଯାଇଛି। ରବିବାର ଅନୁଷ୍ଠିତ ଫାଇନାଲ୍ ମ୍ୟାଚରେ କେନ୍ଦ୍ରାପଡା ଦଳ ପଦ୍ମପୁର ଦଳକୁ ହରାଇ ଚାମ୍ପିଅନ ହୋଇଛନ୍ତି। ମ୍ୟାଚ ପରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥିରୂପେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ଓ ସମ୍ମାନିତ ଅତିଥି ଭାବରେ କାନୁଟ ସରପଞ୍ଚ ଅଶୋକ ମହାପାତ୍ର, ବୁଡମାଲ ସରପଞ୍ଚ, ସମିତି ସଭ୍ୟ ସାବିତ୍ରୀ ଚାନ୍ଦ ଓ ଜୟ ଜଗନ୍ନାଥ କମିଟିର ସଭାପତି, ଉପସଭାପତି, ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ସହ ନଗଦ ପୁରସ୍କାର ପ୍ରଦାନ କରିଥିଲେ। କେନ୍ଦ୍ରାପଡା ଦଳର ହୃଷୀ ଦାସଙ୍କୁ ମେନ ଅଫ ଦି ମେଚ ଓ ତାଳଚେର ଦଳର ହିମାଂଶୁ ଶେଖର ଧଳଙ୍କୁ ମେନ ଅଫ ଦ ସିରିଜ ପୁରସ୍କାର ପ୍ରଦାନ କରାଯାଇଥିଲା। ଉମେଶ, ଦିଲିପ, ସନମ, ସୁଜିତ, ଓ ହନୁ ଅଗ୍ରୱାଲ ଅମ୍ପାୟାରିଂ ଏବଂ  ସନ୍ତୋଷ ଓ  ସୁନୀଲ, ସ୍କୋରିଂ ଦାୟିତ୍ୱ ତୁଲାଇଥିଲେ।  ବୁଦ୍ଧଦେବ ମହାରଣା, ମିଟୁ, ଆନନ୍ଦ, ସୁନୀଲ ଧାରାବିବରଣୀ ପ୍ରଦାନ କରିଥିଲେ । ସାନୁ, ଚନ୍ଦନ,  ଉମେଶ, ଆକାଶ, ସୁଜିତ, ବିକାଶ, ଅର୍ଜୁନ, ସନ୍ତୋଷ, ଦୟା, ରୋହନ, ସୁଶୀଲ, ପପୁ, ଦେବ, ପ୍ରଦୀପ, ଯତୀନ, ଜଗନ୍ନାଥ, ଉମେଶ ପୁଷ୍ପାଳୟ ଓ ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ। ଶେଷରେ ସଭାପତି ଗୋକୁଳ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।

Recent Comments

Leave Comments

Top