logo
add image
ନନ୍ଦପୁର ଗ୍ରାମ  ପଞ୍ଚାୟତରେ 76 ତମ ସାଧାରଣତନ୍ତ୍ର ଦିବସ ରେ ବର୍ଦ୍ଧିତ ଭତା ବଣ୍ଟନ ।

ନନ୍ଦପୁର ଗ୍ରାମ ପଞ୍ଚାୟତରେ 76 ତମ ସାଧାରଣତନ୍ତ୍ର ଦିବସ ରେ ବର୍ଦ୍ଧିତ ଭତା ବଣ୍ଟନ ।

ଖୋର୍ଦ୍ଧା/୨୬/୦୧/୨୦୨୫/ (ଆଧାର ମିଡ଼ିଆ//ରିପୋର୍ଟ ପ୍ରସନ୍ନ କୁମାର ସ୍ବାଇଁ )-ଖୋର୍ଦ୍ଧା ବ୍ଲକ ନନ୍ଦପୁର ଗ୍ରାମ ପଞ୍ଚାୟତରେ ଆଜି ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ ହେବା ସହିତ ଗ୍ରାମସଭା ଓ ବର୍ଦ୍ଧିତ ଭତାବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି !! ସରପଞ୍ଚ ବିପ୍ଳବ କେଶରୀ ବଳିଆରସିଂଙ୍କ ଆୟୋଜନ ଅତିଥି ରୂପେ ୧ ନମ୍ବର ଜୋନ ଜିଲ୍ଲାପରିଷଦ ସଭ୍ୟ ପ୍ରଫୁଲ କୁମାର ଦଳାଇ,ବ୍ଲକ ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାମନ୍ତରାୟ,,ପଞ୍ଚାୟତ ମହିଳା ମହାସଙ୍ଘର ସଭାନେତ୍ରୀ ସୀତା ଦେଇ ,ପଞ୍ଚାୟତ ନିର୍ବାହୀ ଅଧିକାରୀ ବିଭୁ ପ୍ରସାଦ ସୁବୁଦ୍ଧି ଓ ପଞ୍ଚାୟତ ବରିଷ୍ଠ ନାଗରିକ,ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ଜାତୀୟ ପତାକାକୁ ଉତ୍ତୋଳନ କରି ଦେଶ ସ୍ଵାଧୀନତା ପାଇଁ ଜୀବନ ଦେଇଥିବା ଶହୀଦ ଓ ସମ୍ବିଧାନ ପ୍ରଣେତାଙ୍କ ଉପରେ ସୁଦୀର୍ଘ ବାର୍ତ୍ତା ପ୍ରଦାନ କରିଥିଲେ।ପରେ ପଞ୍ଚାୟତର ୪୨ ଜଣ  ୮୦ ବର୍ଷରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ ଓ ୮୦ ପ୍ରତିଶତରୁ ଉର୍ଦ୍ଧ୍ବ ଭିନ୍ନକ୍ଷମଙ୍କୁ ସରକାରଙ୍କ ବର୍ଦ୍ଧିତଭତା ୩୫୦୦ ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ।ପରେ ପଞ୍ଚାୟତ ସମ୍ମିଳନୀ କକ୍ଷରେ ଗ୍ରାମସଭା ଅନୁଷ୍ଠିତ ହୋଇଥିଲା ଏଥିରେ ପଞ୍ଚାୟତର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଉପରେ ସମୀକ୍ଷା କରାଯିବା ସହିତ କିଛି ନୂତନ ପ୍ରକଳ୍ପକୁ ଉପସ୍ଥିତ ଜନସାଧାରଣ ଓ ୱାର୍ଡ ସଭ୍ୟ ସଭ୍ୟାଙ୍କ ଦ୍ୱାରା ଖସଡ଼ା ପ୍ରସ୍ତୁତ କରାଯାଇଥିଲା।ସେହିପରି ପଞ୍ଚାୟତରେ କିଭଳି ସ୍ୱଚ୍ଛତା କୁ ଗୁରୁତ୍ୱ ଦିଆଯିବ ତାହା ଉପରେ ଆଲୋଚନା ହୋଇଥିଲା।ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ,ୱାର୍ଡ ସଭ୍ୟ ସଭ୍ୟା,ମହିଳା ଗୋଷ୍ଠୀର ସଦସ୍ୟ,ପ୍ରମୁଖ ସହଯୋଗ କରିଥିଲେ !!

 

Recent Comments

Leave Comments

Top