ଖୋର୍ଦ୍ଧା/୨୬/୦୧/୨୦୨୫/ (ଆଧାର ମିଡ଼ିଆ):ପଲ୍ଲୀରୁ ଦିଲ୍ଲୀଯାଏ ସବୁଆଡେ ପାଳନ ହେଉଛି ୭୬ତମ ସାଧାରଣ ତନ୍ତ୍ର ଦିବସ, ଚାରିଆଡେ ତ୍ରିରଙ୍ଗା ଫର ଫର ଉଡ଼ି ଦେଶର ଗାଥା ଗୁଣଗାନ କରୁଛି। ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ଫାସିଓଦା ପଞ୍ଚାୟତ ଅନ୍ତର୍ଗତ କୋଟପଲା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷୟତ୍ରୀଙ୍କ ସଭାପତିତ୍ୱରେ ଓ ସ୍କୁଲର ଗାଁ କମିଟି ସଭାପତିଙ୍କ ସହିତ ପୂଜା ଚାରିଟେବଲ ଟ୍ରଷ୍ଟ ଭୁବନେଶ୍ୱରର ମୁଖ୍ୟ ପୂଜାଞ୍ଜଳି ରାଉତ,ସମାଜସେବୀ ଅଶୋକ ପ୍ରଧାନ ,ଦୀପାଳି ବଳ ପ୍ରମୁଖ ଯୋଗ ଦେଇଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ପାରମ୍ପରିକ ଭାବେ ପତକା ଉତୋଳନ କରିଥିଲେ। ଏହି ଅବସରରେ ଛାତ୍ର ଛାତ୍ରୀ ମାନେ ଜାତୀୟ ସଙ୍ଗୀତ ଗାନ କରିଥିଲେ ।ସେହିପରି ପ୍ରଧାନ ଶିକ୍ଷୟିତ୍ରୀ ଛାତ୍ର ଛାତ୍ରୀ ମାନଙ୍କୁ ମାନଙ୍କୁ ଗଣତନ୍ତ୍ର ଦିବସ ବିଷୟରେ ସମ୍ୟକ ସୂଚନା ଦେଇଥିଲେ। ପରେ ପୂଜା ଚାରିଟେବଲ ଟ୍ରଷ୍ଟର କର୍ମକର୍ତ୍ତା ମାନେ ସ୍କୁଲର ଛାତ୍ର ଛାତ୍ରୀ ଓ ଅଙ୍ଗନ ବାଡ଼ିର କୁନି କୁନି ପିଲା ମାନଙ୍କୁ ଫଳ.ଡଟପେନ.ବିସକେଟ. ପେନସିଲ.ଖାତା ପ୍ରଭୁତି ସାମଗ୍ରୀ ବାଣ୍ଟିଥିଲେ ।ଏପରିକି ପିଲା ମାନଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇ ଥିବା ଦେଖିବାକୁ ମିଳିଥିବା ସହିତ ଟ୍ରଷ୍ଟର କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।
Recent Comments