logo
add image
ଗହମଠାରେ ଓଏସଆରଟିସି ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ-୩ମୃତ ୨୦ ଆହାତ

ଗହମଠାରେ ଓଏସଆରଟିସି ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ-୩ମୃତ ୨୦ ଆହାତ

କଣିହାଁ/୨୬।୧/୨୦୨୫/ (ଆଧାର ମିଡ଼ିଆ)-କଣିହାଁ ବ୍ଲକ୍ ସମଲ ଥାନା ଅନ୍ତର୍ଗତ ଗହମ ଆଶ୍ରମ ନିକଟସ୍ଥ ରାଜପଥରେ ରବିବାର ଅପରାହ୍ଣରେ ଏକ ବସ ଦୁର୍ଘଟଣା ଘଟିଛି। ଓଏସ୍ଆରଟିସି ବସଟି୩୩ଜଣ ଯାତ୍ରୀଙ୍କୁ ନେଇ ବାରିପଦାରୁ ଅନୁଗୋଳ ଅଭିମୁଖେ ଆସୁଥିଲା।ଆଜି ଅପରାହ୍ଣ ସାଢ଼େ୪ଟା ବେଳେ ସମଲ ଥାନା ଗହମ ଆଶ୍ରମ ପାଖ ରାସ୍ତାଠାରେ ବସଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡିଥିଲା। କଣିହାଁ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି, ଯାତ୍ରୀଙ୍କ ଉଦ୍ଧାର କାର୍ଯ୍ୟ ଜାରୀ ରଖିଛି।ଏଥି ସହିତ ସମଲ ପୋଲିସ  ସ୍ଥାନୀୟ ଗ୍ରାମବାସୀ ଓ ଯୁବପିଢି ଯାତ୍ରୀଙ୍କୁ ଉଦ୍ଧାର କରୁଛନ୍ତି। ଦୁଇଟି  ଆମ୍ବୁଲାନ୍ସ ଜରିଆରେ ଗୁରୁତର ଆହତ ଯାତ୍ରୀଙ୍କୁ ଚିକିତ୍ସା ନିମନ୍ତେ ନିକଟସ୍ଥ ଗୋଡିବନ୍ଧ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ତାଳଚେର ଉପଖଣ୍ଡ ମେଡିକାଲ ଅଭିମୁଖେ ପଠାଇଛନ୍ତି। ବସକୁ ଉଠାଇବା ପାଇଁ ଏକ କ୍ରେନର ସହାରା ନିଆଯାଇଛି। ତିନିଜଣ ଯାତ୍ରୀଙ୍କୁ ମେଡିକାଲରେ ମୃତ ଘୋଷଣା କରାଯାଇଥିବା ବେଳେ ସେମାନଙ୍କର ପରିଚୟ ମିଳିପାରି ନାହିଁ। ଏତଦବ୍ୟତୀତ ୨୦ଜଣ ଯାତ୍ରୀ ଆହତ ହୋଇଥିବା ଜଣା ପଡ଼ିଛି।

Recent Comments

Leave Comments

Top