logo
add image
ଓଡ଼ିଆ ଲିପି ଗଠନରେ 'ସୁବର୍ଣ୍ଣପୁରର ଶିଳାଲେଖ'ର ମହତ୍ତ୍ଵ

ଓଡ଼ିଆ ଲିପି ଗଠନରେ 'ସୁବର୍ଣ୍ଣପୁରର ଶିଳାଲେଖ'ର ମହତ୍ତ୍ଵ

ସୁବର୍ଣ୍ଣପୁର/୨୭/୦୧/୨୦୨୫/( ଆଧାର ମିଡ଼ିଆ )-ଐତିହ୍ୟର ସଂରକ୍ଷଣ ପାଇଁ କାର୍ଯ୍ୟରତ ସର୍ବଭାରତୀୟ ଅନୁଷ୍ଠାନ ଇନଟାକ୍ ର ସୋନପୁର ଶାଖା ତରଫରୁ ଏକ ଐତିହ୍ୟ ଆଲୋଚ଼ନା ଚ଼କ୍ର ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁରର ଶିଳାଲେଖ ଶୀର୍ଷକରେ ଅନୁଷ୍ଠିତ ଏହି ଆଲୋଚନାରେ ବକ୍ତାଭାବେ ବିଶିଷ୍ଟ ଐତିହାସିକ ସୁଦାମ ନାଏକ ଉପସ୍ଥିତ ରହି ଓଡ଼ିଆ ଲିପି ଗଠନରେ ସୁବର୍ଣ୍ଣପୁରର ମହତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି ଉଲ୍ଲେଖ କରିଥିଲେ । ଖମ୍ବେଶ୍ଵରୀ ଶିଳାଲେଖ ସମେତ ସୁବର୍ଣ୍ଣପୁରର ବିଭିନ୍ନ ଶିଳାଲେଖ ଉପରେ ଶ୍ରୀ ନାଏକ ବିସ୍ତୃତ ଆଲୋଚନା କରିଥିଲେ। ଐତିହାସିକ ଡ଼ଃ. ସନ୍ତୋଷ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାରେ ସାହିତ୍ୟିକ ଆର୍ତ୍ତତ୍ରାଣ ବାବୁ ସମ୍ମାନିତ ଅତିଥିଭାବେ ମଂଚାସୀନ ଥିଲେ। ଏହି ଅବସରରେ ନୂତନ ଭାବେ ଇନଟାକ୍ ର ଆଜୀବନ ସଦସ୍ୟତା ଗ୍ରହଣ କରିଥିବା ସିଦ୍ଧାର୍ଥ କୁମାର ଅଗ୍ରୱାଲ ଏବଂ ଦେବକୀନନ୍ଦନ ମିଶ୍ରଙ୍କୁ ସ୍ୱାଗତ କରାଯାଇଥିଲା ।  ସଭା ଆରମ୍ଭରେ ଇନଟାକର ଆଜୀବନ ସଦସ୍ୟ ସ୍ୱର୍ଗତ ସୁରେନ୍ଦ୍ର ମେହେରଙ୍କ ଦିବଂଗତ ଆତ୍ମାର ସଦଗତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା। ଚିତ୍ତ ରଂଜନ ତରାସିଆ, ପ୍ରଦୀପ ମିଶ୍ର, ସିତାଂଶୁ ମିଶ୍ର, ବ୍ରତାନନ୍ଦ ଭୋଇ, ବିଭୂତି ଓତା, ଡଃ. ସୌରଭ ରଂଜନ ଖମାରୀ ପ୍ରମୂଖ ଆଲୋଚନାରେ ଭାଗ ନେଇଥିଲେ। ଆଦର୍ଶ ବିଦ୍ୟାଳୟର ଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ଇନଟାକ୍ ସୋନପୁର ଚେପ୍ଟରର ଆବାହକ ପ୍ରଦ୍ୟୁମ୍ନ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଏବଂ ସଂଯୋଜନାରେ ଆୟୋଜିତ ଏହି ସଭାରେ ସହ-ଆବାହକ ବନମାଳି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ |

Recent Comments

Leave Comments

Top