logo
add image
ମୋହିନୀ ଦେବୀଙ୍କ ମୃତ୍ୟୁରେ ସେବକସାହି ମର୍ମାହତ ,

ମୋହିନୀ ଦେବୀଙ୍କ ମୃତ୍ୟୁରେ ସେବକସାହି ମର୍ମାହତ ,

କାକଟପୁର/ ୨୭/୧/୨୦୨୫/ (ଆଧାର ମିଡ଼ିଆ)-କାକଟପୁରର ସେବକ ସାହିର ସ୍ବର୍ଗତଃ ରାଜକିଶୋର ପଣ୍ଡାଙ୍କ ଧର୍ମପତ୍ନୀ ଶ୍ରୀମତୀ ମୋହିନୀ ଦେବୀଙ୍କର ଦିବା ୧୧ ଘଟିକା ସମୟରେ ପରଲୋକ ହୋଇଯାଇଛି l ମୁର୍ତ୍ତୃ ଖବରପାଇ ସେବକ ସମିତି ସଭାପତି ମନୋରଞ୍ଜନ ପଣ୍ଡା, ହିମାଂଶୁ ଭୂଷଣ ଦୀକ୍ଷିତ, ଅଶୋକ କୁମାର ଦୀକ୍ଷିତ, ଚିତ୍ତରଞ୍ଜନ ପଣ୍ଡା,ପ୍ରଦୀପ୍ତ କୁମାର ଦୀକ୍ଷିତ, ମଙ୍ଗଳା ପ୍ରସାଦ ଦୀକ୍ଷିତ, ଗୋପୀନାଥ ଦୀକ୍ଷିତଙ୍କ ସମେତ କାକଟପୁର ପ୍ରେସକ୍ଳବ ସଭାପତି କମଳ ଲୋଚନ ଦୀକ୍ଷିତ, ସମ୍ପାଦକ ଆଦିତ୍ୟ କୁମାର ରାଉତ ଏବଂ କିଛି ସଦସ୍ୟ ଶେଷଦର୍ଶନ କରି ମାଲ୍ୟାର୍ପଣ ଦେଇଥିଲେ, ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା l ଜୀବନର ଶେଷ ପର୍ଯ୍ୟନ୍ତ ସେଥିଲେ କର୍ମତତ୍ପର ,ବିଭିନ୍ନ ଧର୍ମଅନୁଷ୍ଠାନ ସହିତ ଜଡିତ ରହି ଅନନ୍ୟ ଧର୍ମପରାୟଣ ମହିଳା ଭାବେ ଅଂଚଳରେ ବେଶ ପରିଚିତ ଥିଲେ l ତାଙ୍କ ମରଶରୀରକୁ ଏକ ବିରାଟ ଶୋଭାଯାତ୍ରା ସହ ଗ୍ରାମ ପରିକ୍ରମା କରାଯାଇ ଗ୍ରାମ ଶ୍ମଶlନରେ ଅନ୍ତିମ ସଂସ୍କାର କରାଯାଇଥିଲା l ଜ୍ୟଷ୍ଠପୁତ୍ର ରଞ୍ଜନ କୁମାର ପଣ୍ଡା ମୁଖାଗ୍ନି ଦେଇଥିବା ବେଳେ କନିଷ୍ଟ ପୁତ୍ର ସାମ୍ବାଦିକ ପ୍ରଦୀପ ପଣ୍ଡା, ଦୁଇଝିଅ ଜୋଇଁ ଶତାଧିକ ସେବାୟତ ଉପସ୍ଥିତ ଥିଲେ l ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l

Recent Comments

Leave Comments

Top