logo
add image
ବିନିକାରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର :୪୪ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ :

ବିନିକାରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର :୪୪ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ :

ବିନିକା/ସୁବର୍ଣ୍ଣପୁର/୨୭/୦୧/୨୫/ (ଆଧାର ମିଡ଼ିଆ )-ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ବ୍ଲକ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି l ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମାଝୀ ଓ  ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ନାୟକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ୪୪ ଗୋଟି ପଞ୍ଜିକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ l ତନ୍ମଧ୍ୟରେ ବ୍ୟକ୍ତିଗତ ଦରଖାସ୍ତ ୩୪ଗୋଟି ଗ୍ରହଣ କରାଯାଇଥିବା ବେଳେ ୧୦ଗୋଟି ସାମୁହିକ ଦରଖାସ୍ତ ଗ୍ରହଣ କରାଯାଇଛି  l ଦରଖାସ୍ତ ଗୁଡିକୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ସମାଧାନ କରିବାପାଇଁ ସମ୍ପୃକ୍ତ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି l ଗୋଟିଏ ଦରଖାସ୍ତ ତୁରନ୍ତ ସମାଧାନ କରାଯାଇଛି।
                   ଏହି ଅବସରରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ସିଂହୀଯୁବା ଗ୍ରାମପଞ୍ଚାୟତର ଦିବ୍ୟାଙ୍ଗ ତପନ କୁମାର ଶର୍ମାଙ୍କୁ ଶିବିରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମାଝୀ ଟ୍ରାଇ ସାଇକେଲ ପ୍ରଦାନ କରିଥିଲେ । ବିଡିଓ ମଣ୍ଟୁ ଖମାରୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନଙ୍କ ସମେତ ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ପଲ୍ଲବୀ ରାଜ ରାଣୀ,ମୁଖ୍ୟ ଜିଲ୍ଲା ଜନ ସ୍ୱାସ୍ଥ୍ୟଧିକାରୀ ଡା. ପ୍ରଦୀପ କୁମାର ଗୁରୁ ,ଜିଲ୍ଳା ମୁଖ୍ୟ ଯୋଗାଣ ଅଧିକାରୀ ନିରଦ ରଞ୍ଜନ ଦାସ ,ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ରୁଦ୍ରଦେବ ରାଉତ, ପି ଡି ଜଳଛାୟା ଦେବରାଜ ଦାସ,ପୀଡବ୍ଲୁଡି ଅଧିକ୍ଷଣ ଯନ୍ତ୍ରୀ ଅଜାତଶତ୍ରୁ ସାହୁ,ଆର ଡବ୍ଲୁ ଏସ ଏସ ଅଧିକ୍ଷଣ ଯନ୍ତ୍ରୀ ତପନ କୁମାର ପ୍ରଧାନ, ଅବକାରୀ ଆରକ୍ଷୀ ଅଧିକ୍ଷକ ପ୍ରବୀର ସାମଲ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଅର୍ଜୁନ ଚରଣ ମାଝୀ, ମାନ୍ୟବର ସାଂସଦ ବଲାଙ୍ଗୀରଙ୍କ ବ୍ଲକ ପ୍ରତିନିଧି ବାବୁଲା ବିଶି, ବ୍ଲକ ଉପାଧକ୍ଷ୍ୟ ନିର୍ମଳ ସାଣ୍ଢ, ଅତିରିକ୍ତ ନିର୍ଦେଶକ ଉଦ୍ୟାନକୃଷି ହୃଷିକେଶ ଦାସ, ଜିଲ୍ଲା ମଙ୍ଗଳ ଅଧିକାରୀ ଅଚ୍ୟୁତାନନ୍ଦ ସିଂ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ, ଭାରପ୍ରାପ୍ତ ଜିଲ୍ଳା ଶିକ୍ଷା ଅଧିକାରୀ ମଞ୍ଜୁଲତା ଭୋଇ , ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ,ଡେପୁଟି କଲେକ୍ଟର କୃଷ୍ଣ ମୋହନ ସିଂହ, ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ,ଅତିରିକ୍ତ ଜିଲ୍ଲା ଶ୍ରମ ଅଧିକାରୀ ଚିନ୍ମୟ ମେହେର ,ତହସିଲଦାର ବିନିକା ସୀତାରାମ ଭୋଇ,ବିଭିନ୍ନ ଜିଲ୍ଳା ସ୍ତରୀୟ ଅଧିକାରୀ, ତହସିଲ ଓ ବ୍ଲକ ସ୍ତରୀୟ ଅଧିକାରୀ,ସାମ୍ବାଦିକ ପ୍ରମୁଖ ଯୋଗଦାନ କରିଥିଲେ।

Recent Comments

Leave Comments

Top