logo
add image
ମୁକ୍ତି ପ୍ରଶିକ୍ଷଣ ବେଦାନ୍ତ ଆଶ୍ରମ ତରଫରୁ ଶୀତବସ୍ତ୍ର ବଣ୍ଟନ

ମୁକ୍ତି ପ୍ରଶିକ୍ଷଣ ବେଦାନ୍ତ ଆଶ୍ରମ ତରଫରୁ ଶୀତବସ୍ତ୍ର ବଣ୍ଟନ

ବାଲିଗୁଡା/ ୨୯/୦୧:/୨୦୨୫/ (ଆଧାର ମିଡ଼ିଆ//ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ମୁକ୍ତି ପ୍ରଶିକ୍ଷଣ ବେଦାନ୍ତ ଆଶ୍ରମ ଓ ପଞ୍ଜାବର ଗୁରଗାଁଓ ଗୋ ରକ୍ଷକ ସଂସ୍ଥାର ମିଳିତ ଆନୁକୂଲ୍ୟରେ ଗଞ୍ଜାମ ଜିଲ୍ଲା ବିଞ୍ଚଣା ଗ୍ରାମସ୍ଥିତ ସଦଗୁରୁ ବାବା ଶ୍ରୀ ହରିଶଙ୍କର ସ୍ୱାମୀଜୀଙ୍କ ତତ୍ଵାବଧାନରେ ସ୍ଥାନୀୟ ସୁନାପାଙ୍ଗା ସ୍ଥିତ ସନ୍ତୋଷୀ ମା' ମନ୍ଦିର ପରିସର ମଧ୍ୟରେ ସାହିର ପ୍ରାୟ ୫୦୦ ରୁ ଉର୍ଦ୍ଧ ଗରିବ ବୃଦ୍ଧ ବୃଦ୍ଧା ମାନଙ୍କୁ କମ୍ବଳ, ଟୋପି, ସ୍ଵେଟର, ମୋଜା, ଜ୍ୟାକେଟ ଭଳି ବିଭିନ୍ନ ପ୍ରକାର ଶୀତବସ୍ତ୍ର ବଣ୍ଟନ କରିଥିଲେ l ଏହି ପରିପ୍ରେକ୍ଷୀରେ ମନ୍ଦିର ପରିଚାଳନା କମିଟି ତରଫରୁ ସନ୍ୟାସୀ ବେହେରା, ଅଞ୍ଚଳ ନାୟକ, ଦଣ୍ଡପାଣି ବେହେରା, ରେଢ଼ାଖୋଲ ଅଞ୍ଚଳର ବରିଷ୍ଠ ଶ୍ରମିକ ନେତା ଭିକାରୀ ପ୍ରଧାନ ଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l ପ୍ରକାଶ ଯୋଗ୍ୟ ଯେ, ଏହି ସଦଗୁରୁ ବାବା ଶ୍ରୀ ହରିଶଙ୍କର ସ୍ୱାମୀଜୀ ଓଡିଶା ଗୋ' ରକ୍ଷକ ସମିତି ର ରାଜ୍ୟ ସଭାପତି ଭାବେ ମନୋନୀତ ହୋଇ ଏ ଭଳି ଜନ ହିତକର କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସାଧାରଣରେ ପ୍ରଶଂସା ସାଉଁଟିଥିଲେ l ଆଗାମୀ ଦିନରେ ସମଗ୍ର ଅଞ୍ଚଳରେ ଗୋ'ରକ୍ଷକ ସମିତି ତରଫରୁ ଏହି ଭଳି ଜନହିତକର କାର୍ଯ୍ୟକ୍ରମ ମାନ ଆୟୋଜନ କରାଯିବ ବୋଲି ସ୍ୱାମୀଜୀ ପ୍ରକାଶ କରିଥିଲେ l

Recent Comments

Leave Comments

Top