ରେଙ୍ଗାଲି/ସମ୍ବଲପୁର/୨୯/୦୧/୨୦୨୫/ (ଆଧାର ମିଡ଼ିଆ/ରିପୋର୍ଟ- ସୁନିଲ କୁମାର ନାଥ) ଗାନ୍ଧୀ ମେମୋରିଆଲ ଆଦିବାସୀ ୟୁଥ କ୍ଳବ ଏବଂ ଜେ ଏସ ଡବ୍ଲୁ ଫାଉଣ୍ଡେସନର ମିଳିତ ଉଦ୍ୟମରେ ଠେଲକୋଲୋଇ ଠାରେ ଦ୍ଵିତୀୟଥର ପାଇଁ ଦ୍ବିଦିବସିୟ ଜିଲ୍ଳା ସ୍ଥରିୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି ! ଏହି ଅବସରରେ ପ୍ରଥମ ଦିନ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଠେଲକୋଲୋଇ ସରପଞ୍ଚ ଶ୍ରୀମତୀ ଅବନ୍ତି ନାୟକ ଯୋଗଦେଇଥିବା ବେଳେ ଦ୍ଵିତୀୟ ଦିବସ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଆକାଂକ୍ଷା ମହିଳା ସଂଘର ସଭାପତି ନିଲମ ସିଂହ ଓ ସମ୍ମାନିତ ଅତିଥି ଭାବେ, ଜେ ଏସ ଡବ୍ଲୁ କାରଖାନାର ର ପ୍ରବନ୍ଧକ ଉପାଧ୍ୟକ୍ଷ ମନୋଜ ସିଂହ ଯୋଗ ଦେଇଥିଲେ। ଗ୍ରାମର ସମସ୍ତ ଭଦ୍ରବ୍ୟକ୍ତି ତଥା ଅନେକ ଅନୁଷ୍ଠାନ ଏଥିରେ ସହଯୋଗ କରିଥିଲେ। ପ୍ରକାଶ ଥାଉକି ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୮ ଗୋଟି ଦଳ ଭାଗ ନେଇଥିବା ବେଳେ ଫାଇନାଲ ମ୍ୟାଚଟି ଝାରସୁଗୁଡ଼ା ଓ ସମ୍ବଲପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା,ଉଭୟ ଦଳର ମ୍ୟାଚ ଡ୍ର ହୋଇଥିବା ବେଳେ,ପରିଶେଷରେ ପେଲେଣ୍ଟିରେ ଝାରସୁଗୁଡ଼ା ଦଳ ୩/୧ ଗୋଲରେ ବିଜୟ ଲାଭକରି ପୁରସ୍କୃତ ହୋଇଥିଲେ । ଦ୍ଵିତୀୟ ଦିବସ ଦିନ ସକାଳେ ଦର୍ଶକ ମାନଙ୍କ ମନୋରଞ୍ଜନ ପାଇଁ ଦୁଇଟି ମହିଳା ଦଳ, ସମ୍ବଲପୁର ଓ ସୁନ୍ଦରଗଡ଼ ମଧ୍ୟରେ ପ୍ରଦର୍ଶନୀ ଭିତ୍ତିକ ଫୁଟବଲ ଖେଳ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ମଧ୍ୟ ଦୁଇଟି ଯାକ ଦଳ ୦/୦ ରେ ଡ୍ର ହୋଇଥିଲା। ରେଫରି, ଅରୁଣ ମୁଣ୍ଡା, ସଞ୍ଜୟ ଦାସ,ପଦ୍ମଲୋଚନ ଭଇଁସା ଏବଂ ଅରୁଣ ପ୍ରଧାନ, ଖେଳ ପରିଚାଳନା ଭାର ସମ୍ଭାଳିଥିଲେ। ଜିଲ୍ଳା ସ୍ତରୀୟ ଏହି ଖେଳରେ ବିଜୟ ଦଳକୁ ୫୦,୦୦୦ ଟଙ୍କା ମୂଲ୍ୟ ରାଶିସହ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ଉପ ବିଜେତା ଦଳକୁ ୪୦,୦୦ ଟଙ୍କା ମୂଲ୍ୟ ରାଶିସହ ଟ୍ରଫି ପ୍ରଦାନ କରାଯାଇଥିଲା। ବିଶ୍ବମ୍ବର ଭୋଇ ଓ ସୁଶାନ୍ତ ମାଳି ପ୍ରତିଯୋଗିତାର ନିର୍ଦ୍ଦେଶନା ଭାର ତୁଲାଇଥିବା ବେଲେ,ପରିଶେଷରେ କ୍ଳବର ସଭାପତି ଶ୍ରୀବତ୍ସ କୁଅଁର ଓ ସମ୍ପାଦକ ସନ୍ତୋଷ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ହଜାର ହଜାର ସଂଖ୍ୟାରେ ଦର୍ଶକ ମାନଙ୍କ ଭିଡ଼ ଓ ଉତ୍ସାହ ଦେଖିବାକୁ ମିଳିଥିଲା।
Recent Comments