ସିନାପାଲି/ନୂଆପଡା/୩୦/୦୧/୨୫/ (ଆଧାର ମିଡ଼ିଆ/ରିପୋର୍ଟ- ହେରମ୍ବ ମେହେର) ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗୋଡାଲ ସ୍ଥିତ ଅନୁସୂଚିତ ଜନଜାତି ଛାତ୍ର ନିବାସରେ ଜଣେ ଛାତ୍ରର ସନ୍ଦେହ ଜନକ ମ୍ରୁତ ହୋଇଥିବା ଅଭିଯୋଗ ହୋଇଛି l ଖବର ଅନୁସାରେ ମ୍ରୁତ ଛାତ୍ରଜଣକ ଲାଲଧର ମାଝି (୧୨) ଜିଲ୍ଲା ନବରଙ୍ଗପୁର ସେ ୨ ବର୍ଷ ହେଲା ଏହି ଆଶ୍ରମରେ ରହି ଚଳିତବର୍ଷ ଅଷ୍ଟମ ଶ୍ରେଣୀରେ ପଢୁଥିଲା,ହଠାତ କୌଣସି କାରଣରୁ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ସେବାଶ୍ରମ କର୍ତ୍ତୃପକ୍ଷ ଚିକିତ୍ସା ପାଇଁ ସିନାପାଲି ଡାକ୍ତରଖାନାକୁ ନେଇଥିଲେ , ଚିକିତ୍ସା ପରେ ଛାତ୍ରଙ୍କ ସ୍ୱାସ୍ଥ୍ୟ ଠିକ ହେବାରୁ ଆଶ୍ରମକୁ ଫେରି ଆସିଥିଲେ l ସେହି ରାତ୍ରିରେ ସ୍ୱାସ୍ଥ୍ୟ ଖରାପ ହେବାରୁ ପୁଣିଥରେ ଡ଼ାକ୍ତରଖାନାକୁ ନେଇ ଚିକିତ୍ସା କରିବା ସମୟରେ ଡାକ୍ତର ମୃତ ଘୋଷଣା କରିଥିଲେ l ବିଭାଗୀୟ ଅଧିକାରୀ କର୍ମଚାରୀଙ୍କ ଅବହେଳା କାରଣରୁ ଛାତ୍ରର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ସମ୍ପୃକ୍ତ ବିଭାଗୀୟ ଅଧିକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବାର ତଥା ନୂଆପଡା ଜିଲ୍ଲା ଆଦିବାସୀ ସଂଘପକ୍ଷରୁ ଦାବି କରାଯାଇଛି l
Recent Comments