logo
add image
ଗୁଣୁପୁର ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦଯାପିତ

ଗୁଣୁପୁର ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦଯାପିତ

ଗୁଣୁପୁର /ରାୟଗଡା/ ୩୦/୧/୨୦୨୫/ (ଆଧାର ମିଡ଼ିଆ//ନରସିଂହନାଥ ମହାନ୍ତି)-ଗୁଣପୁର ମହାବିଦ୍ୟାଳୟ ଦ୍ଵାରା ଆୟୋଜିତ ୩୬ତମ ବାର୍ଷିକ କ୍ରୀଡ଼ା ଉତ୍ସବ  ଉଦଯାପିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶଶିଭୂଷଣ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏ କାର୍ଯ୍ୟକ୍ରମରେ ଗୁଣପୁରର ସହକାରୀ ଜିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟଜିତ ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ । ଛାତ୍ରଛାତ୍ରୀମାନଙ୍କର ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଓ ସେମାନଙ୍କର ଶାରୀରିକ ଏବଂ ମାନସିକ ବିକାଶ ଦିଗରେ ଶିକ୍ଷାନୁଷ୍ଠାନରେ ଏଭଳି କ୍ରୀଡ଼ା କାର୍ଯ୍ୟକ୍ରମ ଏକ ମହତ୍ତ୍ଵପୂର୍ଣ୍ଣ ପଦକ୍ଷେପ ବୋଲି ମୁଖ୍ୟ ଅତିଥି ମତପ୍ରକାଶ କରିଥିଲେ। ସେହିପରି ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଗୁଣପୁର ଆଦର୍ଶ ଥାନା ଅଧିକାରୀ ଶ୍ରୀଯୁକ୍ତ ଉତ୍ତମ କୁମାର ସାହୁ ଅଂଶଗ୍ରହଣ କରି ଛାତ୍ରଛାତ୍ରୀମାନଙ୍କର ଲୁକ୍କାୟିତ ପ୍ରତିଭାର ବିକାଶ କିପରି ସମ୍ଭବହେବ ସେ ଉପରେ ନିଜର ମନ୍ତବ୍ୟ ରଖିବା ସହ କ୍ରୀଡ଼ାକୁ ଜୀବନର ଏକ ଅଙ୍ଗରୂପେ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ଅନୁଷ୍ଠାନର ପ୍ରାଧ୍ୟାପକ ଡକ୍ଟର ଜବାହାରଲାଲ୍ ଚୌଧୁରୀ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ।
ଅଧ୍ୟାପକ ଅମିୟ ରଞ୍ଜନ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଅଧ୍ୟାପକ  ଜଗନ୍ନାଥ ଦୀପ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଖେଳ ସଙ୍ଘର ଉପ-ସଭାପତି ଅଧ୍ୟାପକ ବିକାଶ ରଂଜନ ଭୂୟାଁ ବାର୍ଷିକ ବିବରଣୀ ପାଠ କରିଥିଲେ । ବାର୍ଷିକ କ୍ରୀଡ଼ା  ଉତ୍ସବର ସଭାପତି ଅଧ୍ୟକ୍ଷ ଶଶିଭୂଷଣ ମହାନ୍ତି  ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ କହିଲେ ସ୍ଵାସ୍ଥ୍ୟ ହିଁ ସମ୍ପଦ, ସୁସ୍ଥ ଶରୀର ଅମୂଲ୍ୟ ସଂପଦ ,ସୁସ୍ଥ ସଂଯତ ବ୍ୟକ୍ତି ସମାଜର ବାସ୍ତବ ରକ୍ଷାକବଚ ଏବଂ ସୁସ୍ଥ ତଥା ନିରାମୟ ଜୀବନ ପାଇଁ ବ୍ୟାୟାମର ଆବଶ୍ୟକତା ଅପରିହାର୍ଯ୍ୟ । ବିଭିନ୍ନ କ୍ରୀଡ଼ାରେ ଅଂଶଗ୍ରହଣ କରି କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଏ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯାଇଥିଲା । ସ୍ଵେଚ୍ଛାସେବୀ ଛାତ୍ର ଓ ଛାତ୍ରୀ ଯଥା ଚିଣ୍ଟୁ ମଣ୍ଡଳ, ଦୀପକ ଗରଡ଼ିଆ ,ଅବଦୁଲ ଶବର, ପ୍ରିୟଙ୍କା ଶବର,ସୁଚିତ୍ରା ଶବର, ତନ୍ମୟୀ ଶବର ଓ ଅନ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ, କ୍ରୀଡ଼ା ସଂସଦର ଉପସଭାପତି ଅଧ୍ୟାପିକା  ବନ୍ଦିତା ଧୁରୁଆ,ଦୀପ୍ତିମୟୀ ବଡରଇତ ଓ ଅଧ୍ୟାପକ ଜିତେନ୍ଦ୍ର ବଡ଼ମୁଣ୍ଡି  ଉପସ୍ଥିତ ରହି ଛାତ୍ର ଓ ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଶେଷରେ ଅଧ୍ୟାପକ ଡକ୍ଟର ସତ୍ୟବାନ ଗରଡ଼ ଧନ୍ୟବାଦ ଅର୍ପଣ କରିଥିଲେ ।

 

Recent Comments

Leave Comments

Top