logo
add image
ତ୍ରୀନାଥ ଦେବଙ୍କ ବାର୍ଷିକ ଉତ୍ସବ

ତ୍ରୀନାଥ ଦେବଙ୍କ ବାର୍ଷିକ ଉତ୍ସବ

ବଳଙ୍ଗା/ପୁରୀ/୩୦/୧/୨୦୨୫/ ( ଆଧାର ମିଡ଼ିଆ )ଵଳଙ୍ଗା ଥାନା ପରିସରରେ ପୂଜା ପାଉଥିବା ତ୍ରୀନାଥ ଦେବଙ୍କ ବାର୍ଷିକ ଉତ୍ସବ ଗୁରୁବାର ଦିନ ସକାଳ ୭ ଘଟିକା ଆରମ୍ଭ ହୋଇଯାଇଛି। ପ୍ରତ୍ୟୁଷରୁ ପୂଜକ ମାନଙ୍କ ଦ୍ବାରା ଠାକୁରଙ୍କୁ ସ୍ନାନ ନୀତି ସମ୍ପନ୍ନ ପରେ ପୂଜା କାର୍ଯ୍ୟ ସହ ହୋମଯଜ୍ଞ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା। ଥାନା ଅଧିକାରୀ ଦିବ୍ୟରଞ୍ଜନ ପଣ୍ଡା ଓ ତାଙ୍କ ସହଧର୍ମିଣୀ କର୍ତ୍ତା ଓ କର୍ତ୍ତୀ ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ।ପରେ ଠାକୁରଙ୍କ ନିକଟରେ ନାମ ସଂକୀର୍ତ୍ତନ କରାଯାଇଥିଲା। ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ କରା ଯାଇଥିଲା ବେଳେ ଶତାଧିକ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। କାର୍ଯ୍ୟ କ୍ରମକୁ ଥାନାର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Recent Comments

Leave Comments

Top