ଗୁଣୁପୁର/ରାୟଗଡା/୩୧/୧/୨୦୨୫/ (ଆଧାର ମିଡ଼ିଆ) ମିଶନ ଶକ୍ତି ଜରିଆରେ ସାରା ଓଡ଼ିଶାର ମହିଳାମାନେ ଆଜି ବୋହୁ ଉପରକୁ ଯାଇଥିବାର ଦେଖିବାକୁ ଓ ଜାଣିବାକୁ ମିଳିଛି.କେତେକ ମହିଳା ଗୃପ ବ୍ୟାଙ୍କରୁ ଟଙ୍କା ନେଇ ବାହାର ଖର୍ଚ୍ଚ କରିଦେଉ ଥିବାବେଳେ କେତେକ ଗୃପର ମହିଳାମାନେ ବ୍ୟାଙ୍କ ଦେଇଥିବା ଟଙ୍କାକୁ ଠିକ କାମରେ ଲଗାଇ ଆଜି ନିଜର ଜୀବିକା ନିର୍ବାହ କରି ନିଜ ଘରର ଖର୍ଚ୍ଚ ମେଣ୍ଟାଇବା ସହିତ ନିଜ ନିଜର ପିଲାମାନଙ୍କର ଦାଇତ୍ୱ ମେଣ୍ଟାଈ ପାରୁଛନ୍ତି.ଯେଉଁ ମହିଳାମାନେ ମିଶନଶକ୍ତି ଗୃପକରି ବାହାର ଖର୍ଚ୍ଚ କରିଦେଉଛନ୍ତି ସେମାନେ ବ୍ୟାଙ୍କର କିସ୍ତି ଦେବାବେଳେ ହଇରାଣ ହରକତ ହେଉଥିବାର ଦେଖିବାକୁ ମିଳୁଛି.ଏମିତି ଏକ ମହିଳା ଗୃପ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଗୁଣୁପୁର ରାମାନୁଗୁଡା ବ୍ଲକ ନିକଟସ୍ଥ ପଣସଗୁଡା ଗ୍ରାମରେ.ମିଶନ ଶକ୍ତି ଜରିଆରେ ଗୃପ ମାଧ୍ୟମରେ ବ୍ୟାଙ୍କରୁ ଟଙ୍କା ଆଣି ଷ୍ଟ୍ରବେରୀ ଚାଷ କରି ଆଜିକା ଦିନରେ ଓଡ଼ିଶାରେ ନା କମେଇପାରିଛନ୍ତି ଏବଂଲାଭବାନ ହୋଇ ନିଜ ନିଜର ଗୁଜୁରାଣ ମେଣ୍ଟାଈ ପାରୁଛନ୍ତି.ଲାଲ ଟହଟହ ହୋଇ ଜମିରେ ଫଳିଛି ଷ୍ଟ୍ରବେରୀ । ଦେଖିଲେ ଆଖି ଲାଖି ଯାଉଛି । ରାୟଗଡା ଜିଲ୍ଲା ରମାନଗୁଡା ବ୍ଲକ୍ ପଣସଗୁଡା ଗ୍ରାମରେ ଏବେ ଜୈବିକ ପଦ୍ଧତିରେ ହେଉଛି ଷ୍ଟ୍ରବେରି ଚାଷ । ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଓ ଜୀବନ ଜୀବିକା ମିଶନ ସହାୟତାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଦ୍ୱାରା ମାଳଭୂମିରେ କରାଯାଉଛି ଏହି ଲାଭଦାୟକ ଚାଷ । ପଦ୍ମିନୀ ମୁଟିକା ନାମକ ଜଣେ ମହିଳା ଉଦ୍ୟାନ ବିଭାଗ ସହ ଯୋଗାଯୋଗ କରି ସେଠାରୁ ଚାରା ଆଣି ମହିଳା ମାନଙ୍କ ସହାୟତାରେ ଏହିଚାଷ ଆରମ୍ଭ କରିଛନ୍ତି । ଗତ ଅକ୍ଟୋବରରେ ଚାରା ରୋପଣ କରିଥିବା ବେଳେ ଜାନୁଆରୀରେ ଉତ୍ପାଦନ ହେଉଛି । କିଲୋଗ୍ରାମ ପିଛା ୪୦୦ ଟଙ୍କା ଦରରେ ବିକ୍ରି କରାଯାଉଛି ଷ୍ଟ୍ରବେରି । ଏହାଦ୍ବାରା ବେଶ ଲାଭବାନ ହେଉଛନ୍ତି ଚାଷୀ ଓ ମହିଳା । ମାଳ ଅଞ୍ଚଳରେ ଷ୍ଟ୍ରବେରି ଚାଷ ପ୍ରଥମଥର ହେଉଥିବା ବେଳେ ଏହାର ସୌନ୍ଦର୍ଯ୍ୟ ଦେଖିବାକୁ ବହୁତ ଜନ ସମାଗମ ହେଉଛି ।
Recent Comments