logo
add image
ବଲାଣି ଡାକ୍ତରଖାନାରେ ଏକ  ୧୦ କେ.ଏଲ.ଡି ଇଫ୍କୁଏଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟର ଉଦଘାଟିତ. 

ବଲାଣି ଡାକ୍ତରଖାନାରେ ଏକ ୧୦ କେ.ଏଲ.ଡି ଇଫ୍କୁଏଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟର ଉଦଘାଟିତ. 

ବଲାଣି/ବଡବିଲ/୦୬/୦୪/୨୦୨୬/(ଆଧାର ମିଡ଼ିଆ//ରିପୋର୍ଟ-ରାଜେନ୍ଦ୍ର ନନ୍ଦ)- ରାଷ୍ଟ୍ରୀୟତା ଉଦ୍ୟୋଗ ଭାରତୀୟ ଇସ୍ପାତ ପ୍ରାଧିକରଣ(ସେଲ)ର ସେଣ୍ଟ୍ରାଲ ମାଇନିଂ ଆଣ୍ଡ ଲୋଜିଷ୍ଟିକ ଅର୍ଗାନାଇଜେସନ୍(ସିଏମ୍ଏଲ୍ଓ) ଅର୍ନ୍ତଗତ ବଲାଣି ଲୌହଖଣି ଡାକ୍ତରଖାନାରେ ଏକ ନୂତନ ୧୦ କେ.ଏଲ.ଡି ଇଫ୍ଲୁଏଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟର ଉଦଘାଟିତ ସମାରୋହ ସୋମବାର ଦିନ ଆୟୋଜିତ କରାଯାଇଥିଲା l 
ବଲାଣି ସେଲ୍ ଲୌହ ଖଣିର ଅଧୀନରେ ଥିବା ଅଞ୍ଚଳବାସୀଙ୍କ ପାଇଁ ବିଭିନ୍ନ କାର୍ଯ୍ୟ କରୁଥିବା ବେଳେ ଉତ୍ତମ ଚିକିତ୍ସା ସେବା ଯୋଗାଇବା ନିମନ୍ତେ ବିଗତ କିଛିମାସ ପୂର୍ବେ ଏକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇ ୭ ଟି ଡାକ୍ତରୀ ପରୀକ୍ଷଣ ଯନ୍ତ୍ର ଗୁଡ଼ିକର ଉଦଘାଟନ କରାଯାଇଥିଲା l ହେଲେ ସେହି ସମୟରେ ଉକ୍ତ ପ୍ଲାଣ୍ଟର ନିର୍ମାଣ କାର୍ଯ୍ୟ ଶେଷ ହୋଇ ନ ଥିବାରୁ ତାହା ଉଦଘାଟନ ହୋଇ ପାରି ନଥିଲା l 
ପରିବେଶ ପ୍ରଦୂଷଣକୁ ଦୃଷ୍ଟିଦେଇ ଉକ୍ତ ପ୍ଲାଣ୍ଟକୁ ନିର୍ମାଣ କରିବାର ମୁଖ୍ୟ କାରଣ। ସୁଚନା ଅନୁସାରେ ଏହି ବ୍ୟବସ୍ଥା, ଯାହାକି ଦିନକୁ ୧୦,୦୦୦ ଲିଟର ଡାକ୍ତରଖାନାରୁ ଦୂଷିତ ଜଳକୁ ବିଶୋଧନ ବା ସଫା କରିଥାଏ।ଉକ୍ତ ପ୍ଲାଣ୍ଟର ଉଦଘାଟନ ମୁଖ୍ୟ ଅତିଥି ଶ୍ରୀ ମଲ୍ଲା ଶ୍ରିନିବାସୁଙ୍କ ଦ୍ଵାରା କରଯାଇଥିଲା।ସମ୍ମାନୀୟ ବିଶିଷ୍ଟ ଅତିଥି ଭାବେ ଆନନ୍ଦ କୁମାର (ସିଜିଏମ୍ ମେଣ୍ଟେନନ୍ସ),ରାହୁଲ ରାଜ ମଣ୍ଡଳ(ପ୍ରୋଜେକ୍ଟ),ସଞ୍ଜୀବ କୁମାର (ସିଭିଲ) ସହ ବିଭିନ୍ନ୍ ବିଭାଗର ଉଚ୍ଚ ଅଧିକାରୀ,ଡାକ୍ତରଖାନାର ଚିକିତ୍ସକ ତଥା କାର୍ଯ୍ୟରତ ଶ୍ରମିକ ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ଉକ୍ତ ପ୍ଲାଣ୍ଟ ର ଆବଶ୍ୟକ ସାଧାରଣତଃ ଡାକ୍ତରଖାନା ରୁ ବିଷାକ୍ତ କିମ୍ବା ରାସାୟନିକ ପାଣି କୁ ସଫା କରି ପରିବେଶରେ ଛାଡ଼ିବା ପାଇଁ ଏହି ପ୍ଲାଣ୍ଟ ବ୍ୟବହୃତ ହୁଏ। ଡାକ୍ତରଖାନାରୁ ବାହାରୁଥିବା ବିଷାକ୍ତ ପାଣି, ରାସାୟନିକ ପଦାର୍ଥ ଏବଂ ବର୍ଜ୍ୟବସ୍ତୁକୁ ସିଧା ସଳଖ ନାଳରେ ନ ଛାଡ଼ି ଉକ୍ତ ପ୍ଲାଣ୍ଟ ଜରିଆରେ ସୁରକ୍ଷିତ କରିବା ପରେ ବିଶୋଧିତ ପାଣି କୁ ପୁନଃବ୍ଯବହାର କରିବା ସହ ପରିବେଶ ପ୍ରଦୂଷଣ ସୁରକ୍ଷା କରାଯାଇପାରେ । ଏହି ପ୍ଲାଣ୍ଟର ଉପଲବ୍ଧତା ଯୋଗୁଁ ବଲାଣି ତଥା ଆଖ ପାଖ ଅଞ୍ଚଳର ଲୋକମାନେ ଜଳ ଓ ବାୟୁମଣ୍ଡଳର ପ୍ରଦୂଷଣରୁ ସୁରକ୍ଷା ପାଇବା ସହ ଉତ୍ତମ ପରିବେଶ ପାଇପାରିବେ ବୋଲି ମୁଖ୍ୟ ଅତିଥି ନିଜ ବିଚାର ବ୍ୟକ୍ତ ପ୍ରକାଶ କରିଥିଲେ l

Recent Comments

Leave Comments

Top