ସମ୍ବଲପୁର/ରେଙ୍ଗାଲି/୦୬/୦୪/୨୦୨୬(ଆଧାର ମିଡ଼ିଆ/ରିପୋର୍ଟ-ସୁନିଲ କୁମାର ନାଥ)-ସମ୍ବଲପୂର ଜିଲ୍ଲା ରେଙ୍ଗାଲି ବ୍ଲକ ଅନ୍ତର୍ଗତ ପଣ୍ଡଲୋଇ ସ୍ଥିତ ଶ୍ୟାମ ମେଟାଲିକ୍ କାରଖାନାକୁ ପ୍ରଶାସନ ଦ୍ବାରା ସିଲ୍ କରାଯାଇଛି। କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ନିର୍ଦ୍ଦେଶ କ୍ରମେ ଏହା ସିଲ୍ କରା ଯାଇଛି। ଏହି ସିଲ୍ ପରେ କେବଳ ଅଫିସ୍ କାର୍ଯ୍ୟ ଚାଲୁରହିବ ବୋଳି ସୂଚନା ମିଳିଛି। ଜଳ ଓ ବାୟୁ ପ୍ରଦୂଷଣ ସହ ବିନା ଅନୁମତିରେ ପାଉଁଶ ପାହାଡ ତିଆରିକରି ଥିବା ଅଭିଯୋଗ ରହିଛି,ଏହି ଶ୍ୟାମ ମେଟାଲିକ୍ କାରଖାନା ବିରୁଦ୍ଧରେ।ଏହା ସହ ହୀରାକୁଦ ଜଳଭଣ୍ଡାରର ଜମିମଧ୍ଯ କବ୍ଜା କରିଥିବାର ଅଭିଯୋଗ ରହିଛି ଏହି କାରଖାନା ବିରୁଦ୍ଧରେ।ଏଥିପାଇଁ ଗତ ୩୦ତାରିଖରୁ କାରଖାନା ବନ୍ଦ୍ ରଖିବା ପାଇଁ, କେନ୍ଦ୍ରିୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ନିର୍ଦ୍ଦେଶ ରହିଥିଲା।
Recent Comments