logo
add image
ଅତାସିଂହା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ବାର୍ଷିକଉତ୍ସବ ପାଳନ।

ଅତାସିଂହା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ବାର୍ଷିକଉତ୍ସବ ପାଳନ।

ତରଭା/ସୋନପୁର/୩୧/୦୧/୨୦୨୫/ (ଆଧାର ମିଡ଼ିଆ) ତରଭା ବ୍ଲକ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଓ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ବାର୍ଷିକଉତ୍ସବ ପ୍ରଧାନ ଶିକ୍ଷୟିତ୍ରୀ ସ୍ନେହଲତା ସାହୁ ସଭାପତିତ୍ବରେ ହୋଇଯାଇଛି। ମୁଖ୍ୟ ଅତିଥିଭାବେ ତରଭା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ନାରାୟଣ ମିଶ୍ର, ମୁଖ୍ୟ ବକ୍ତାଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସତ୍ୟନାରାୟଣ ମହାପାତ୍ର, ସମ୍ମାନିତ ଅତିଥିଭାବେ ପୂର୍ବତନ ବିଧାୟକ ଶିଯୁକ୍ତ ଅଚ୍ୟୁତ ବିଶ୍ଵାଳ, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ କନିଷ୍କ ବିଶ୍ଵାଳ ମଞ୍ଚାସିନ ଥିଲେ।  ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସଚ୍ଚିଦାନନ୍ଦ ମେହେର ମଞ୍ଚ ପରିଚାଳନ କରିଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ବାର୍ଷିକ ବିବରଣୀ ପଠନ କରିବା ସହ ଆବଶ୍ୟକ ଥିବା ଶ୍ରେଣୀଗୃହ ଓ ଅନ୍ୟାନ୍ୟ ବିଷୟ ଉପରେ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମୁଖ୍ୟ ଅତିଥି ଛାତ୍ର/ଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ। ମୁଖ୍ୟ ବକ୍ତା ଛାତ୍ର ଛାତ୍ରୀ ମାନଙ୍କୁ ଜୀବନ ପଥରେ ଅଗ୍ରସର ପାଇଁ ଗୁରୁମନ୍ତ୍ର ଦେଇଥିଲେ ।କୃତି ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଓ ଅନ୍ୟ ଅତିଥି ପୁରସ୍କୃତ କରିଥିଲେ । ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ସହ ନାଟକ "ପରୀ" ପରିବେଷଣ କରାଯାଇ ଥିଲା.ଶେଷରେ ପୂର୍ବତନ ଶିକ୍ଷକ କୃଷ୍ଣଚନ୍ଦ୍ର ବରାଡ ଧନ୍ୟବାଦ ଅର୍ପଣ କରିଥିଲେ।  ବିଦ୍ୟାଳୟର ଶିକ୍ଷୟିତ୍ରୀ ଅନିତରାଣୀ ମହାକୁଡ,ରଶ୍ମିତା ବିଶ୍ଵାଳ, ସୁନିତି ବେହେରା, କୁମୁଦିନୀ ସା,କୁନି ସାହୁ ଓ ଶିକ୍ଷକ ଶିବ କୁମାର ବେଜ୍ ସହଯୋକ କରିଥିଲେ।

Recent Comments

Leave Comments

Top