ବାଲିଗୁଡା/୩୧/୦୧/୨୦୨୫/(ଆଧାର ମିଡ଼ିଆ//ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସହର ମଧ୍ୟରେ ରହିଥିବା କୋର୍ଟ ମାର୍କେଟରେ ଶୁଖିଲା ଆମ୍ବ ଗଛ ଡାଳପଡି ଜଣେ ବରିଷ୍ଠ ଓକିଲ ଗୁରୁତର ହେବାଭଳି ଏକ ଅଭାବନୀୟ ଘଟଣା ଘଟିଛି । ଘଟଣାରୁ ପ୍ରକାଶ ଯେ, ପଣସପଡି ସାହିରୁ କୋର୍ଟକୁ ଯିବାପାଇଁ ନିଜ ବାଇକରେ ବାହାରିଥିଲେ ବରିଷ୍ଠ ଓକିଲ ରାମକୃଷ୍ଣ ଦାସ । କୋର୍ଟ ମାର୍କେଟ ହୋଇ ଯାଉଥିବା ବେଳେ ହଠାତ ରାସ୍ତା ପାର୍ଶ୍ଵରେ ଦୀର୍ଘଦିନ ହେବ ରହିଥିବା ବିରାଟ ଶୁଖିଲା ଆମ୍ବ ଗଛର ଡାଳଟି ଭାଙ୍ଗିଯାଇ ଚଳନ୍ତା ବାଇକରେ ଥିବା ଶ୍ରୀ ଦାସଙ୍କ ଉପରେ ଛିଡି ପଡିଥିଲା । କିଛି ଜାଣିବା ଆଗରୁ ଶୁଖିଲା ଡାଳ ଶ୍ରୀଦାସ ଓ ବାଇକ ଉପରେ ପଡିବାରୁ ତଳେ ଚାପିହୋଇ ଯାଇଥିଲେ । ଜୀବନ ବଞ୍ଜେଇବା ପାଇଁ ଚିତ୍କାର ପରେ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଉପଖଣ୍ଡ ଡାକ୍ତର ଖାନାକୁ ଆଣିଥିଲେ. ସେଠାରେ ଅଧିକ ଗୁରତର ହେବାରୁ ଫୁଲବାଣୀ ଜିଲ୍ଲା ଡାକ୍ତର ଖାନାକୁ ସ୍ଥାନାନ୍ତରିତ କରାଯାଇଛି । ତାଙ୍କର ମୁଣ୍ଡରେ ଶକ୍ତ ଆଘାତ ଲାଗିବା ଫଳରେ ରକ୍ତ ଜୁଡୁବୁଡୁ ହୋଇଯାଇଥିଲେ ଶ୍ରୀ ଦାସ । ତେବେ ଦୀର୍ଘଦିନ ହେବ ସେହି ମାର୍କେଟରେ ଦୁଇଟି ଶୁଖିଲା ଗଛଥିବା ସତ୍ବେ ବାରମ୍ବାର ଅଭିଯୋଗ ପରେ ମଧ୍ୟ ତାହାକୁ କଟା ନଯାଇ ରଖାଯିବା ଫଳରେ ଆଜି ନିଶ୍ଚିତ ମୃତ୍ୟୁ ମୁଖରୁ ଜଣେ ଓକିଲ ବଞ୍ଚିଯାଇଥିବା ଅଭିଯୋଗ କରିଛନ୍ତି ଦୋକାନୀ ଓ ସ୍ଥାନୀୟ ଲୋକେ । ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି l
Recent Comments