logo
add image
ସିପାଞ୍ଜିରି ବିଦ୍ୟାଳୟରେ ବ୍ଲକସ୍ତରୀୟ ପ୍ରକଳ୍ପ ପ୍ରଦର୍ଶନୀ

ସିପାଞ୍ଜିରି ବିଦ୍ୟାଳୟରେ ବ୍ଲକସ୍ତରୀୟ ପ୍ରକଳ୍ପ ପ୍ରଦର୍ଶନୀ

ବାଲିଗୁଡା/୩୧/୦୧/୨୦୨୫/(ଆଧାର ମିଡ଼ିଆ//ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ସିପାଞ୍ଜିରି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ପରିପୋଷଣୀୟ ଜୀବନଶୈଳୀ ବିଷୟବସ୍ତୁ ଉପରେ ଆଧାରିତ ଛାତ୍ରୀଛାତ୍ରଙ୍କ ଦ୍ୱାରା ୪୪ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ବନବିଭାଗ ରେଞ୍ଜର ଅତୁଲ୍ୟ କୁମାର ମହାନ୍ତି, ମୁଖ୍ୟବକ୍ତା ଭାବେ ବିଦ୍ୟୁତ୍ ବିଭାଗ ଉପଖଣ୍ଡ ଅଧିକାରୀ ପ୍ରଶାନ୍ତ କୁମାର ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଉଦ୍ୟାନବିତ ବିଭୂଦତ୍ତ ବିଶ୍ବାଳ ଓ ବୁଡାଗୁଡା ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶ୍ୟାମସୁନ୍ଦର ସାହୁ ପ୍ରମୁଖ ଯୋଗଦେଇ ପରିପୋଷଣୀୟ ଜୀବନଶୈଳୀ ଓ ଏହାର ଆବଶ୍ୟକ‌ତା ଉପରେ ଆଲୋକପାତ କରିଥିଲେ l ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀ ମହେଶ୍ବରମାଝୀ ସଭାପତିତ୍ୱ କରିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧାଂଶୁ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ବିଚାରକ ଭାବେ ସ୍ଥାନୀୟ ବନପାଳ ପ୍ରଭାତ କୁମାର ଦୋରା, ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ସଂଗ୍ରାମ କେଶରୀ ସ୍ବାଇଁ ଓ ବିଜ୍ଞାନ ଶିକ୍ଷକ ଅସିତ କୁମାର ସାହୁ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ତିନୋଟି ଶ୍ରେଷ୍ଠ ପ୍ରକଳ୍ପ ଚୟନକରି ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତ‌ଥା ଶିକ୍ଷକ ବେଣୁଧର ପ୍ରଧାନ, ପଦ୍ମଲୋଚନ ପଣ୍ଡା, ଶିଶିର କାନ୍ତ ପଣ୍ଡା, ଅମରେନ୍ଦ୍ର ପ୍ରଧାନ,ରଜନୀକାନ୍ତ ସାହୁ ଏବଂ ସିଆରସିସି ସରୋଜ କୁମାର ନାହକ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

Recent Comments

Leave Comments

Top