ସୁବର୍ଣ୍ଣପୁର/୩୧/୦୧/୨୦୨୫/(ଆଧାର ମିଡ଼ିଆ)//-ପିଏମ ଶ୍ରୀ ମହାରାଜା ଉଚ୍ଚ ବିଦ୍ୟାଳୟରେ ଆଜି ବାର୍ଷିକୋତ୍ସବ ପାଳିତ ହୋଇଯାଇଛି I ଏହି ଉପଲକ୍ଷେ ଅନୁଷ୍ଠିତ ପୁରସ୍କାର ବିତରଣି ସଭାରେ ପ୍ରଧାନ ଶିକ୍ଷକ ଦାୟୀତ୍ବରେ ଥିବା ବରିଷ୍ଠ ଶିକ୍ଷକ ଆଶୀଷ ରଞ୍ଜନ ଅଧ୍ୟକ୍ଷତା କରିଥିବା ବେଳେ ଏଥିରେ ସୁବର୍ଣ୍ଣପୁର ଉପ ଜିଲ୍ଲାପାଳ ଡ. ସୌମ୍ୟରୂପା ରଥ ମୁଖ୍ୟଅତିଥି, ପୁରାତନ ଛାତ୍ରସଂଘ ତଥା ମୋସ୍କୁଲ ଅଭିଯାନ ସଭାପତି ଗୋରେଖନାଥ ସାହୁ ଏବଂ ସ୍କୁଲ ପରିଚାଳନା ସମିତି ଅଧ୍ୟକ୍ଷା ଶ୍ରୀମତୀ ଅଳକାରାଣୀ ବେହେରା ସମ୍ମାନିତ ଅତିଥିଭାବେ ଯୋଗଦେଇ ଛାତ୍ର ତଥା ଶିକ୍ଷକ ଶିକ୍ଷୟିତ୍ରୀ ଓ ଅବିଭାବକମାନଙ୍କୁ ଉଦବୋଧନ ଦେଇଥିଲେ I ବକ୍ତାମାନେ ଛାତ୍ର, ଶିକ୍ଷକ ଓ ଅବିଭାବକ ସମ୍ମିଳିତ ଭାବେ ବିଦ୍ୟାଳୟର ଶୈକ୍ଷିକ ବାତାବରଣର ମାନ ଉନ୍ନତ କରିବା ପାଇଁ ଅନୁରୋଧ କରିଥିଲେ I ଜାତୀୟ ସ୍ତରରେ ୩୦୦୦ ମିଟର ଲମ୍ବା ଦୌଡରେ ଜୁଲେଶ ନନ୍ଦ ଯୋଗ ପ୍ରତିଯୋଗୀତାରେ ପ୍ରକାଶ ମେହେରଙ୍କୁ ପୁରସ୍କୃତ କରାଯିବା ସହ ବିଶ୍ବଜିତ ନନ୍ଦ ଓ ଚନ୍ଦନ ମୁଣ୍ଡାଙ୍କୁ ଖେଳକୂଦ ଚମ୍ପିୟନ , ଲାଲ କୁର୍ତ୍ତା ଗଙ୍ଗା ଦଳକୁ ଶ୍ରେଷ୍ଠ ବାଦ୍ୟ ସକାଶେ ଏବଂ ଅଭିମନ୍ୟୁ ମେହେର ତଥା ସୁଜନ ସାହୁଙ୍କୁ ଶ୍ରେଷ୍ଠ ଅଭିନୟ ପାଇଁ ପୁରସ୍କୃତ କରାଯାଇଥିଲା I
Recent Comments