ବୋଲଗଡ଼/ଖୋର୍ଦ୍ଧା/ ୦୧/୦୨/୨୦୨୫/ (ଆଧାର ମିଡ଼ିଆ//ରିପୋର୍ଟ ପ୍ରସନ୍ନ କୁମାର ସ୍ବାଇଁ)- ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ସିକ୍ଷାଧିନ ଶିକ୍ଷକ ମହାସଂଘ ପକ୍ଷରୁ ନୂତନ ତହସିଲଦାରଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ବରିଷ୍ଠ ଶିକ୍ଷକ ତଥା ବହୁ ଶିକ୍ଷାନୁଷ୍ଠାନର ନିର୍ମାତା ଶ୍ରୀଯୁକ୍ତ କାଳି କୁମାର ଜୟସିଂହଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ବୋଲଗଡ଼ ନୂତନ ତହସିଲଦାର ଭାବେ ଯୋଗ ଦେଇଥିବା ଶ୍ରୀଯୁକ୍ତ ବିଜୟ କୁମାର ସେଠୀଙ୍କୁ ଭେଟି ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ବୋଲଗଡ଼ ବ୍ଲକର ଶିକ୍ଷା,ସାମାଜିକ,ଅର୍ଥର୍ନୈତିକ,କୃଷିଭିତ୍ତିକ ଆଦି କ୍ଷତ୍ରରେ ସମସ୍ୟା ଉପରେ ଅବଗତ କରାଇଥିଲେ । ତେବେ ସମସ୍ଯା ଗୁଡ଼ିକର ସମାଧାନ ପାଇଁ ସବୁ ପ୍ରକାର ସହଯୋଗ କରିବା ପାଇଁ ତହସିଲଦାର ଶ୍ରୀ ସେଠୀ ପ୍ରତିଶୃତି ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଶିକ୍ଷକ ମହାସଂଘର ସମ୍ପାଦକ ବୈକୁଣ୍ଠ ମହାରଣା, ଉପ ସଭାପତି ଦିବାକର ପରମଗୁରୁ, ଶିକ୍ଷକ ଲଛମନ ପରିଡ଼ା, ଦୁର୍ଯ୍ଯୋଧନ ସୁବୁଦ୍ଧି, ସୁରେଶ କୁମାର ଭଟ୍ଟ ଓ ଆଇନଜୀବୀ ଗୌରୀ ଦେବୀଙ୍କ ସମେତ ବହୁ ବୁଦ୍ଧିଜୀବୀ ଉପସ୍ଥିତ ରହି ସମ୍ବର୍ଦ୍ଧିତ କରିଥିଲେ ।
Recent Comments