ସୁବର୍ଣ୍ଣପୁର/୨/୦୨/୨୦୨୫/ (ଆଧାର ମିଡ଼ିଆ) ଆସନ୍ତା ୪ ତାରିଖରେ ଆସାମ ରାଜ୍ୟର ଗୈ।ହାଟିରେ ଅନୁଷ୍ଠିତ ହେବାକୁ ଥିବା ସର୍ବଭାରତୀୟ ପୋଲିସ ଜୋନାଲ କ୍ରିକେଟ ଟୁର୍ନାମେଣ୍ଟରେ ଓଡିଶା ରାଜ୍ୟ ପୋଲିସ ଦଳରେ ସୁବର୍ଣ୍ଣପୁର ଜିଲ୍ଲା ପୋଲିସର ଦଳରେ ପୁରୁଷୋତ୍ତମ ପାତ୍ର (ପୁରୁ ) ମନୋନୀତ ହୋଇ ୧ ତାରିଖରୁ ଆସାମ ଗସ୍ତରେ ଯାତ୍ରା କରିଛନ୍ତି ସେ ଓଡିଶା ରାଜ୍ୟ ପୋଲିସ ଟିମରେ ସ୍ଥାନ ପାଇଥିବାରୁ ସୁବର୍ଣ୍ଣପୁର ପୋଲିସ କର୍ମଚାରୀ ଏବଂ ଜିଲ୍ଲା କ୍ରିକେଟ ସଂଘ କର୍ମକର୍ତ୍ତାଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି, ପୁରୁଷୋତ୍ତମ ଏବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଛନ୍ତି । ଦୀର୍ଘ ଦିନରୁ ସେମଧ୍ୟ ଜିଲ୍ଲା କ୍ରିକେଟ ସଂଘ ସୁବର୍ଣ୍ଣପୁର ପାଇଁ ପ୍ରତିନିଧିତ୍ବ କରି ଆସୁଛନ୍ତି । ସେ ନିଶ୍ଚିତ ଭାବରେ ଉନ୍ନତ ମାନର ଖେଳ ପ୍ରଦର୍ଶନ କରି ଓଡ଼ିଶା ପୋଲିସ୍ ପାଇଁ ଗୈ।ରବ ଆଣିବେ ବୋଲି ସୁବର୍ଣ୍ଣପୁର ଜିଲ୍ଲା କନେଷ୍ଟବଲ ଓ ହାବିଲଦାର ଶାଖା ସଂଘ ର ସଭାପତି ଦିନେଶ କୁମାର ମିଶ୍ର ସୂଚନା ଦେଇଛନ୍ତି।
Recent Comments