logo
add image
ପାଟଖଣ୍ଡା ଚିତ୍ରାଳୟ ମାଲିକ ଆଉନାହାନ୍ତି :ସମଗ୍ର ଅଞ୍ଚଳରେ ଶୋକର ଛାୟା

ପାଟଖଣ୍ଡା ଚିତ୍ରାଳୟ ମାଲିକ ଆଉନାହାନ୍ତି :ସମଗ୍ର ଅଞ୍ଚଳରେ ଶୋକର ଛାୟା

ବାଲିଗୁଡ଼ା/୦୨/୦୨/୨୦୨୫/(ଆଧାର ମିଡ଼ିଆ//ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲ୍ଲା ତଥା ଜିଲ୍ଲା ବାହାରେ ଚହଳ ସୃଷ୍ଟି କରିଥିବା ବାଲିଗୁଡା ଅଞ୍ଚଳର ଜଣାଶୁଣା ପାଟଖଣ୍ଡା ଚିତ୍ରାଳୟ ଓ ଲାଇଟ ଏଣ୍ଡ ସାଉଣ୍ଡର ମୁଖ୍ୟ ସତ୍ୱାଧିକାରୀ ରାମଚନ୍ଦ୍ର ପ୍ରଧାନ ଓରଫ ମଙ୍ଗୁଳୁ (୬୬) ଙ୍କ ରବିବାର ସକାଳେ ନିଜ ବାସଭବନରେ ଦେହାନ୍ତ ହୋଇଯାଇଛି l ଏ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। ସେ ଦୀର୍ଘଦିନ ଧରି ଶ୍ୱାସ ଜନିତ ରୋଗରେ ପୀଡିତଥିଲେ l ବାଲିଗୁଡା ସହରରେ ସେ ମଙ୍ଗୁଳୁ ଭାଇନା ନାମରେ ବେଶ ପରିଚିତ ଥିଲେ l ଜୀବନ କାଳ ଆରମ୍ଭରୁ ହିଁ ସେ ମନୋରଞ୍ଜନ ଓ ସାଂସ୍କୃତିକ ତଥା କଳାକାର ପ୍ରେମୀଥିଲେ l ସେ ଜଣେ ବରିଷ୍ଠ ଡ୍ରାଇଭର ସହ ଯୁବସଂସଦ, ସୋସିଆଲ କ୍ଲବ, ମା 'ପାଟଖଣ୍ଡା ଦୁର୍ଗାପୂଜା ସମିତି, ପଞ୍ଚୁଦଣ୍ଡ ପରିଚାଳନା ସମିତି ଭଳି ବିଭିନ୍ନ ଅନୁଷ୍ଠାନର ବରିଷ୍ଠ ସକ୍ରିୟ ସଦସ୍ୟ ଭାବେ ରହି ଆସିଥିଲେ l ନିଜେ ଶ୍ୱାସ ଜନିତ ରୋଗରେ ଥାଇ ସୁଦ୍ଧା ଥକି ନଯାଇ ନିଜକୁ ବିଭିନ୍ନ ସାମାଜିକ, ଧାର୍ମିକ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନରେ ନିଜକୁ ନିୟୋଜିତ କରୁଥିଲେ l ସେ ଜଣେ ପରୋପକାରୀ ଓ ଧର୍ମପରାୟଣ ବ୍ୟକ୍ତି ଭାବେ ବେଶ୍ ପରିଚିତ ଥିଲେ । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ଭାଇ,ଭଉଣୀ,ଭଣଜା, ଭାଣିଜୀ,ପୁଅ,ବୋହୂ ,ଝିଅ, ଜ୍ୱାଇଁ, ନାତି ନାତୁଣୀ,ବନ୍ଧୁ ବାନ୍ଧବ ଓ ପରିବାର ସମସ୍ତ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଖବରପାଇ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ତାଙ୍କ ଶେଷ ଦର୍ଶନ କରିଥିଲେ। ସ୍ଥାନୀୟ ଶ୍ମଶାନ ଘାଟରେ ସ୍ବର୍ଗତ ପ୍ରଧାନଙ୍କ ଙ୍କ ଅନ୍ତିମ ସତ୍କାର କରାଯାଇଥିଲା ।

Recent Comments

Leave Comments

Top