କଣିହାଁ/୦୧/୦୨/୨୦୨୫/ (ଆଧାର ମିଡ଼ିଆ)- କଣିହା ବ୍ଲକ ହନୁମାନପୁର ଗ୍ରାମର ଯୁଧିଷ୍ଠିର ବିଶ୍ବାଳ ନାମକ ଜଣେବ୍ୟକ୍ତି ନିଖୋଜ ହୋଇଥିବା ଜଣାପଡିଛି l ଏନେଇ ଅନୁଗୁଳ ସଦର ଥାନାରେ ପରିବାର ପକ୍ଷରୁ ଶନିବାର ଲିଖିତ ଅଭିଯୋଗ କରିଛନ୍ତି l ବ୍ଯକ୍ତି ଜଣକ ନାମ ଯୁଧିଷ୍ଠିର ବିଶ୍ବାଳ ବୟସ ୫୦ ବୋଲି ଜଣାପଡିଛି l ଆଜି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ଯାଉଥିବା ବେଳେ ସ୍ୱାସ୍ଥ୍ୟ କେନ୍ଦ୍ରରୁ ନିଖୋଜ ହୋଇଥିବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ l କୌଣସି ସହୃଦୟ ବ୍ୟକ୍ତି ତାଙ୍କ ଠିକଣା ଓ ପରିଚୟ ପାଇଲେ ଏହି ଦୂରଭାଷ ନମ୍ବର ୯୩୩୭୪୮୦୭୩୦ ରେ ଯୋଗାଯୋଗ କରିବାକୁ ପରିବାର ପକ୍ଷରୁ ସୂଚନା ଦିଆଯାଇଛି l
Recent Comments