logo
add image
୪ର୍ଥ କଣିହାଁ କ୍ରିକେଟ କପ ଉଦଯାପିତ,ତାଳଚେର ଚମ୍ପିୟାନ

୪ର୍ଥ କଣିହାଁ କ୍ରିକେଟ କପ ଉଦଯାପିତ,ତାଳଚେର ଚମ୍ପିୟାନ

କଣିହାଁ/୨।୧/୨୦୨୫/ (ଆଧାର ମିଡ଼ିଆ )-ଅନୁଗୋଳ ଜିଲା କଣିହାଁ ପବିତ୍ରମୋହନ ଉଚ୍ଚବିଦ୍ୟାଳୟ ଖେଳ ପଡ଼ିଆରେ କଣିହାଁ କ୍ରିକେଟ କ୍ଲବ ଆନୁକୂଲ୍ୟରେ ୭ଦିନ  ଧରି ଚାଲିଥିବା ୪ର୍ଥ କଣିହାଁ କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ ରବିବାର ଉଦଯାପିତ ହୋଇଯାଇଛି l ଉଦଯାପନୀ ମ୍ୟାଚ ଅନୁଗୋଳ ତାଳଚେର ଏସକେ-୧୨ ଓ କଟକ ରୋଭାର କ୍ରିକେଟ କ୍ଲବ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥଲା l ତାଳଚେର ଟିମ ଟସ୍ ଜିଣି ବ୍ୟାଟିଂ କରିବା ନିଷ୍ପତ୍ତି ନେଇ ନିର୍ଦ୍ଧାରିତ ୨୦ଓଭର ୬ ୱିକେଟ ବିନିମୟରେ ୧୮୫ ରନ ସଂଗ୍ରହକରି ବିଜୟୀ ହୋଇଥିବା ବେଳେ ପ୍ରତିଦ୍ବନ୍ଦୀ କଟକ ଟିମ ୨୦ଓଭର ୮ୱିକେଟ ବିନିମୟରେ  ୧୪୫ରନ ସଂଗ୍ରହକରି ପରାଜିତ  ହୋଇଥଲା l  ଉକ୍ତ ଟୁର୍ନାମେଣ୍ଟରେ ମ୍ୟାନ ଅଫ ଦି ମ୍ୟାଚ ଓ ମ୍ୟାନ ଅଫ ଦି ସିରିଜ  ଭାବରେ ତାଳଚେର ଟିମର  ଅଙ୍କିତ କର ଜୟସ୍ୱଲ, ବେଷ୍ଟ ବ୍ୟାଟସ ମ୍ୟାନ ତାଳଚେର ଟିମ ର  ଆକାଶ ମହାପାତ୍ର, ବେଷ୍ଟ ବୋଲର କଟକ ଟିମର ଜୀବନ ଜ୍ୟୋତି ଜେନାଙ୍କୁ ମନୋନୀତ କରଯାଇଥିଲା l ଉଦଯାପନୀ ଦିବସରେ  ମୁଖ୍ୟଅତିଥି ଭାବରେ କଣିହାଁ ବିଡିଓ ଦେବଦତ୍ତ ପ୍ରଧାନ,ସମ୍ମାନିତ ଅତିଥି ଭାବରେ କଣିହାଁ ଗୋଷ୍ଠୀ ଚିକିତ୍ସା ଅଧିକାରୀ  ଡାକ୍ତର ସୁମନ୍ତ କୁମାର ପଟେଲ , ଜେଆଇପିଏଲ ଅଧିକାରୀ ମୁକେଶ ଜେନ,ପୁଲିସ ଅଧିକାରୀ ବିସ୍ନୂ ଚରଣ  ସାହୁ, ଗୋପାଲଜୀ ଟ୍ରକ ମାଲିକ ସଂଘ  ସଭାପତି ସୁମିତ୍ରା  ଦାସ, ଆଇଏନଟିୟୁସି ସଂପାଦକ ସୁଶିଲ  ବେହେରା, ଗ୍ରାମ ସଭାପତି କଳାକାର ସାହୁ, ଶିକ୍ଷାବିତ ଧରଣିଧର ବେହେରା, କଣିହାଁ କ୍ରିକେଟ୍ କ୍ଲବର ସଭାପତି ଆଲୋକ କୁମାର ସାହୁ,  ପ୍ରମୁଖ ଯୋଗଦେଇ ଚମ୍ପିୟାନ ତାଳଚେର ଟିମକୁ ଟ୍ରଫି ସହ ୩୦ହାଜର ଓ ରନର୍ସଅପ କଟକ ଟିମକୁ ଟ୍ରଫି ସହ ୨୦ହଜାର ଟଙ୍କା ପ୍ରଦାନ କରି ପୁରସ୍କୃତ କରିବା ସହ ଅନ୍ୟ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ l  ଆମ୍ପାୟର ଜୟକୃଷ୍ଣ ରାଉତ ଓ ବଳଭଦ୍ର ନାଏକ ଖେଳ ପରିଚାଳନା କରିଥିଲେ  l କ୍ରିକେଟ କ୍ଲବ ସଂପାଦକ ସନାତନ ସାହୁ, ସଂଯୋଜକ ତଥା ଟିମ କୋଚ ସତ୍ୟବ୍ରତ ରାଉଳ , ତପନ  କୁମାର ପ୍ରଧାନ,  ଶଶାଙ୍କ ଶେଖର ସାମଲ, ପ୍ରଶାନ୍ତ ସାହୁ, ରାହାସ ,ରାକେଶ ,ଗିନୋ ପ୍ରମୁଖ କ୍ଲବର କର୍ମକର୍ତ୍ତା ଉପସ୍ଥିତ ରହି ଖେଳରେ ସହଯୋଗ କରିଥିଲେ l ଉକ୍ତ ଡ୍ୟୁଜ ବଲ କ୍ରିକେଟ୍ ଖେଳର  ଫାଇନାଲ ମ୍ୟାଚ୍ ରୋମାଞ୍ଚକର ଥିଲା ଓ ଖେଳ ଦେଖିବା ପାଇଁ ଦର୍ଶକଙ୍କ ଭିଡ ଲାଗିଥିଲା l

Recent Comments

Leave Comments

Top