logo
add image
ଇସି ମେମ୍ବରଙ୍କ ବ୍ଲକ ସମ୍ମୁଖରେ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

ଇସି ମେମ୍ବରଙ୍କ ବ୍ଲକ ସମ୍ମୁଖରେ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

ପିପିଲି/ପୁରୀ/୩/୨/୨୦୨୫/( ଆଧାର ମିଡ଼ିଆ )-ଆଜି ପିପିଲି ବ୍ଲକର ୨୫ ଗୋଟି ପଞ୍ଚାୟତର ପ୍ରାୟ ୩୦୦ ଇସି ମେମ୍ବର ପିପିଲି ବ୍ଲକ ସମ୍ମୁଖରେ ପ୍ରତିବାଦ ଓ ନାରାବାଜି କରିଛନ୍ତି, BPM ଓ CDPOଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି,ତେବେ ପୁନର୍ଗଠନ ହେବାକୁ ଥିବା ଇସି କମିଟିକୁ ବିରୋଧ କରି ୩୦୦ ଇସି ମେମ୍ବର ପିପିଲି ହାଟଛକ ଠାରୁ ପଦଯାତ୍ରାରେ ବାହାରି ବ୍ଲକ ପର୍ଯ୍ୟନ୍ତ ଆସିଥିଲେ, ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ପିପିଲି ବିଡିଓଙ୍କୁ ୪ଦଫା ସମ୍ବଳିତ ଦାବୀପତ୍ର ପ୍ରଦାନ କରିଥିଲେ, ନଚେତ ଆଗାମୀ ୧୩ ତାରିଖରେ ବିଧାନସଭା ସମ୍ମୁଖରେ ପ୍ରତିବାଦ କରିବେ ବୋଲି ଚେତାବନୀ ଦେଇଥିଲା ବେଳେ ପିପିଲି ବିଡିଓ ଦାବିପତ୍ର ଗ୍ରହଣ କରିବା ସହ ଉପରିସ୍ଥ ଅଧିକାରୀଙ୍କ ଅବଗତି ନିମନ୍ତେ ପଠାଇବେ ଏବଂ ଯାହା ନିର୍ଦେଶ ଆସିବ ତଦନୁଯାୟୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି!

Recent Comments

Leave Comments

Top