logo
add image
ରାଜ୍ୟ ପୋଲିସ୍ କ୍ରିକେଟ୍ ଦଳରେ ଖୋର୍ଦ୍ଧାର ଅସିତ୍ କୁମାର ଦାସ ମନୋନୀତ 

ରାଜ୍ୟ ପୋଲିସ୍ କ୍ରିକେଟ୍ ଦଳରେ ଖୋର୍ଦ୍ଧାର ଅସିତ୍ କୁମାର ଦାସ ମନୋନୀତ 

ଖୋର୍ଦ୍ଧା,୫/୨/୨୦୨୫(ଆଧାର ମିଡ଼ିଆ//ରିପୋର୍ଟ-ପ୍ରସନ୍ନ କୁମାର ସ୍ବାଇଁ)ନିଜର କର୍ମଦକ୍ଷତା ପାଇଁ ରାଜ୍ୟ ପୋଲିସ ଟିମ୍ କୁ ମନୋନୀତ ହେଲେ ଖୋର୍ଦ୍ଧାର ପୋଲସ କନେଷ୍ଟବଳ ଅସିତ୍ କୁମାର ଦାସ।ଖୋର୍ଦ୍ଧା ଉପର ସାହି ର ପ୍ରତାପ କୁମାର ଓ ମମତା ଦାସ ଙ୍କ ଏକମାତ୍ର ପୁତ୍ର ହେଉଛନ୍ତି ଅସିତ୍।ପିଲାଟି ଦିନରୁ ଖେଳ ପ୍ରତି ତାଙ୍କର ଥିଲା ରୁଚି।ବିଭିନ୍ନ ସ୍ଥାନରେ ଆୟୋଜିତ କ୍ରିକେଟ୍ ଖେଳରେ ବିଭିନ୍ନ ଦଳ ରେ ସାମିଲ ହୋଇ ନିଜର ଦକ୍ଷତା ପ୍ରଦର୍ଶନ କରୁଥିଲେ।ତାଙ୍କର ଚେଷ୍ଟା,ନିଷ୍ଠା,କର୍ମଦକ୍ଷତାରେ ସେ ଗ୍ରାମାଞ୍ଚଳ ରୁ ରାଜ୍ୟ ସ୍ତରରେ ସ୍ଥାନ ପାଇ ସଫଳତା ଅର୍ଜନ କରିଛନ୍ତି।ଅସିତ୍ ଏସ୍ ଓ ଜି ଟ୍ରେନିଂ ପରେ ଖୋର୍ଦ୍ଧା ର ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଙ୍କ ପି ଏସ ଓ ଭାବେ କାର୍ଯ୍ୟ କରିଥିଲେ।ଏବେ ଆସାମ ଜୋନାଲ ସ୍ତରୀୟ କ୍ରିକେଟ୍ ଚାମ୍ପିଅନ ସିପ୍ ରେ ଭାଗ ନେଇଛି ଓଡ଼ିଶା ପୋଲିସ ଦଳ।ଗୌହାଟୀ ଷ୍ଟାଡିୟମ୍ ରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍ ରେ ମଣିପୁର ପୋଲିସ ଟିମ କୁ ହରାଇ ଓଡ଼ିଶା ପୋଲିସ ଦଳ ବିଜୟୀ ହୋଇଛି। ଅସିତ୍ ଙ୍କ ପାଇଁ ଖୋର୍ଦ୍ଧା ପୋଲିସ ଓ କ୍ରୀଡା ପ୍ରେମୀ ମାନଙ୍କ ମଧ୍ୟରେ ଉତ୍ସାହ ଉନ୍ମାଦନା ପରିଲକ୍ଷିତ ହୋଇଛି। ଅସିତ୍ ଜଣେ ଭଲ ବ୍ୟାଟ୍ସ ମ୍ୟାନ ଓ ୱିକେଟ୍ ରକ୍ଷକ ଭାବେ ଖୁବ୍ ଜଣାଶୁଣା।

Recent Comments

Leave Comments

Top