logo
add image
ଖୋର୍ଦ୍ଧା ଜିଲ୍ଲା କନିଷ୍ଠ ଇଣ୍ଟ୍ରାକ୍ଳବ୍ କ୍ରିକେଟ:କେଟି ଗ୍ଲୋବାଲ କ୍ଳବ୍ ବିଜୟୀ

ଖୋର୍ଦ୍ଧା ଜିଲ୍ଲା କନିଷ୍ଠ ଇଣ୍ଟ୍ରାକ୍ଳବ୍ କ୍ରିକେଟ:କେଟି ଗ୍ଲୋବାଲ କ୍ଳବ୍ ବିଜୟୀ

ଖୋର୍ଦ୍ଧା,୬/୨/୨୦୨୫(ଆଧାର ମିଡ଼ିଆ//ରିପୋର୍ଟ- ପ୍ରସନ୍ନ କୁମାର ସ୍ବାଇଁ)ଓଡ଼ିଶା କ୍ରିକେଟ ଆସୋସିଏସନ୍ ର କାର୍ଯ୍ୟକ୍ରମ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା କନିଷ୍ଠ ଇଣ୍ଟ୍ରା କ୍ଳବ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ବିଜେବି ହାଇସ୍କୁଲ ପଡିଆ ମିନି ଷ୍ଟାଡିୟମରେ କ୍ରିକେଟ ଆସୋସିଏସନ୍ ଅଫ ଦି ଦିଷ୍ଟ୍ରୀକ୍ଟ ଅନୁକୁଲ୍ୟ ରେ ଚତୁର୍ଦ୍ଦଶ ଦିବସ ଖେଳରେ କେଟି ଗ୍ଲୋବାଲ କ୍ରିକେଟ କ୍ଲବ୍ ଜଟଣୀ କ୍ରିକେଟ ଏକାଡେମି କୁ ୮ ୱିକେଟ ରେ ପରାସ୍ତ କରିଛି।ଟସ୍ ରେ ବିଜୟ ହୋଇ ଜଟଣୀ ଦଳ ପ୍ରଥମେ ବ୍ୟାଟିଂ କରି ୨୧.୩ ଓଭର ରେ ସମସ୍ତ  ୱିକେଟ୍ ହରାଇ ମାତ୍ର ୧୦୦ ରନ କରିଥିଲେ।ଦଳ ପକ୍ଷରୁ ଓମ୍ ସାହୁ ୨୦ରନ୍ କରିଥିବାବେଳେ କେଟି ଗ୍ଲୋବାଲ ତରଫରୁ ବର୍କତୁଲ୍ଲା ୫ଟି ୱିକେଟ ନେଇଥିଲେ।ଜବାବରେ କେଟି ଗ୍ଲୋବାଲ ଦଳ ୧୦.୩ ଓଭର ରେ ୨ଟି ୱିକେଟ୍ ହରାଇ ଆବଶ୍ୟକ ୧୦୧ ରନ୍ କରିନେଇଥିଲେ।ଦଳ ପକ୍ଷରୁ ଇଭାନ କଳାପାହାଡ଼ ୬୨ରନ ଓ ସ୍ବର୍ଣ୍ଣାଭ ଦାସ ଅପରାଜିତ ୩୦ ରନ ସଂଗ୍ରହ କରିଥିଲେ।ଖେଳକୁ ପ୍ରିତିରଞ୍ଜନ ବିଜୟଶିଂ ଓ ଚନ୍ଦ୍ର ମୋହନ ବରାଳ ପରିଚାଳନା କରିଥିବା ବେଳେ ସ୍କୋରର ରୂପେ ଜିତେନ୍ଦ୍ର ସେନାପତି ଦାୟିତ୍ୱ ରେ ଥିଲେ। ସୌମେନ୍ଦ୍ର ମହାନ୍ତି ମ୍ୟାଚ୍ ରେଫରି ଏବଂ ସୁଧୀର ସାହୁ ଏହି ମ୍ୟାଚ୍ ର ସଂଯୋଜକ ରୂପେ କାର୍ଯ୍ୟ କରିଥିଲେ।୦୬/୦୨/୨୫ ରେ ଅନ୍ତିମ ଲିଗ୍ ମ୍ୟାଚ୍ ଖୋର୍ଦ୍ଧା କ୍ରିକେଟ କ୍ଲବ୍ ବନାମ ବ୍ଲୁ ବାର୍ଡ କ୍ଲବ୍ ଗୁରୁଜଙ୍ଗ ମଧ୍ୟରେ ହେବ ବୋଲି ଚଣ୍ଡୀ ପ୍ରସାଦ ଆଚାର୍ଯ୍ୟ ଜଣାଇଛନ୍ତି।

Recent Comments

Leave Comments

Top